ଜନସାଧାରଣଙ୍କ ପୁର୍ଣ୍ଣ ସହଯୋଗରେ ସଫଳ ହେଲା ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ
ବାଲେଶ୍ୱର, (ସରୋଜ ପଣ୍ଡା) : ରିଖ ଶନିବାର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ଏବଂ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୋଲିସର ଗୁଣ୍ଡାଗର୍ଦ୍ଦୀ, ଶାସକ ଦଳର ଦଲାଲୀ ଓ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳତା ପ୍ରତିବାଦରେ ଭାରତୀୟ ଜନତା ପାର୍ଟିର ଆଜିର ଆହୁତ ୧୨ ଘଣ୍ଟିଆ ବାଲେଶ୍ୱର ଜିଲ୍ଲା ବନ୍ଦ ଅତ୍ୟନ୍ତ ସଫଳତାର ସହିତ ସମ୍ପର୍ଣ୍ଣ ହୋଇଛି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ପ୍ରାତ ୬ଟା ସମୟରୁ ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ମହିଳାମୋର୍ଚ୍ଚା, କୃଷକମୋର୍ଚ୍ଚା, ଓବିସି ମୋର୍ଚ୍ଚା, ଏସି ଏବଂ ଏସଟି ମୋର୍ଚ୍ଚା ସମେତ ମିଡ଼ିଆ ସେଲର ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ମାନେ ଏହି ବନ୍ଦର ନେତୃତ୍ୟ ନେଇଥିଲେ । ନୂଆ ବଜାର, ମୋତିଗଞ୍ଜ ବଜାର, ଚିଡିଆପୋଲ, ଫାଣ୍ଡି ଛକ, ସିନେମା ଛକ, ଷ୍ଟେସନ ଛକ, ପୋଲିସ ଲାଇନ, ଅଜିମାବାଦ, ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ବାଣିଜ୍ୟିକ ପ୍ରତିଷ୍ଠାନ, ସ୍କୁଲ କଲେଜ, ଦୋକାନ ବଜାର, ବ୍ୟାଙ୍କ ଇତ୍ୟାଦି ବନ୍ଦ ରଖିବାକୁ ଆଗ୍ରହ କରିଥିଲେ, ସେମାନେ ମଧ୍ୟ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଥିଲେ। ଏହା ସହିତ ପୋଲିସ, ସ୍ୱାସ୍ଥ୍ୟ ସେବା, ଦୁଗ୍ଧ ସରବରାହ, ପରୀକ୍ଷାର୍ଥୀ ମାନଙ୍କ ବ୍ୟତିତ ଅନ୍ୟ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଇଥିଲେ । ବିଜେପିର ଦାବି ଉପରେ ଆୟୋଜିତ ବନ୍ଦକୁ ବ୍ୟବସାୟ, ସାଧାରଣ ଜନତା ଓ ଚାକିରୀଆ ମାନେ ଅକୁଣ୍ଠ ସମର୍ଥନ ଦେଇଥିବାରୁ ଜିଲ୍ଲା ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଭୋଗରାଇରେ ଅଂଶୁମାନ ମହାନ୍ତି ଓ ସୁନିଲ କର, ଜଳେଶ୍ୱରରେ ଶାନ୍ତନୁ ପଟ୍ଟନାୟକ ଓ ଫାଲ୍ଗୁନୀ ପାଣିଗ୍ରାହୀ, ବସ୍ତାରେ ରଘୁନାଥ ମହାନ୍ତି ଓ ପ୍ରଦୀପ ପଣ୍ଡା, ରେମୁଣାରେ ଗୋବିନ୍ଦ ଚନ୍ଦ୍ର ଦାସ, ନିଳଗିରୀରେ ସୁକାନ୍ତ ନାୟକ, କରୁଣାକର ପଣ୍ଡା ଓ ଗଙ୍ଗାଧର ମିଶ୍ର, ସୋରରେ ରାକେଶ ମଲ୍ଲିକ, ଇଶ୍ୱର ଚନ୍ଦ୍ର ବେହେରା ଓ ମନୀଷା ବେହେରାଙ୍କ ନେତୃତ୍ୟରେ ଏହି ବନ୍ଦ ସଫଳତା ହାସଲ କରିଥିଲା । ଜିଲ୍ଲା ମୁଖ୍ୟ ସ୍ଥଳରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ଯକାରୀଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, କମଳା ବିନ୍ଧାଣି, କମଲଲୋଚନ ଦାସ, ଆଶିଷ ଷୋଷ, ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ମୀନାକ୍ଷୀ ମହାପାତ୍ର, ସୁସ୍ମିତା ପଣ୍ଡା, ସ୍ୱାଧୀନ ପଣ୍ଡା, ନାରାୟଣ ମହାନ୍ତି, ସୁବୋଧ ପଣ୍ଡା, ସୁଶାନ୍ତ କୁମାର ବେରା, ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର