ଜନସାଧାରଣ ସଚେତନ ହେଲେ ଦୁର୍ନିତୀ ନିବାରଣ ସମ୍ଭବ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ସର୍କିଟ ହାଉସ ସମ୍ମିଳନୀ ପ୍ରକୋଷ୍ଠ ରେ ମହାନ୍ ସଂଘ ଓ ରୋଟାରୀ କ୍ଲବ ବ୍ରହ୍ମପୁର ମିଡ ଟାଉନ୍ ର ମିଳିତ ଆନୁକୁଲ୍ୟରେ “ଦୁର୍ନିତୀ ନିବାରଣ ରେ ସମାଜର ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉଭୟ ଅନୁଷ୍ଠାନର ସଭାପତି ସମାଜସେବୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ପ୍ରମେୟ ପତ୍ରିକାର ଦକ୍ଷିଣ ଓଡିଶା ପରିଚାଳକ ଅମ୍ବିକା ପ୍ରସାଦ ଦାଶ, ମୁଖ୍ୟବକ୍ତା ଭାବେ ଦୈନିକ ସକାଳ ପତ୍ରିକାର ଦକ୍ଷିଣ ଓଡିଶା ପରିଚାଳକ ଡ଼କ୍ଟର ଜଗନ ମୋହନ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଦୁର୍ନିତୀ ନିବାରଣ ବିଭାଗର ଡିଏସପି ଶରତ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାଶ ଦୁର୍ନୀତି ନିବାରଣ ପାଇଁ ସବୁ ସ୍ତରରେ ସଂଗ୍ରାମ ଓ ପ୍ରଚେଷ୍ଟା ଆବଶ୍ୟକ ବୋଲି ମତ ରଖିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀ ସାହୁ ଦୁର୍ନିତୀ ନିବାରଣ ପାଇଁ ଜନସାଧାରଣ ଦୁର୍ନୀତି ନିବାରଣ ବିଭାଗକୁ ସହଯୋଗ କରିବାକୁ ଆଗେଇ ଆସିବା ଉଚିତ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ମହାପତ୍ର ଦୁର୍ନୀତି ନିବାରଣରେ ଗଣମାଧ୍ୟମ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଥିବା ବେଳେ ନାଗରିକ ସଜାଗ ନହେଲେ ଦୁର୍ନିତୀ ନିବାରଣ କରିହେବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଧୀର ସାବତ, ପ୍ରଦୀପ କୁମାର ପଣ୍ଡା, ଡ.ସାଗର ତ୍ରିପାଠୀ, ପି.ବୁଚି ବାବୁ, ସବିତା ସାହୁକାର, ନଳିନୀ ସାହୁ, ବାସୁଦେବ ସାହୁକାର, ପ୍ରଣବ କୁମାରୀ ପଣ୍ଡା, ପ୍ରଭାକର ରାଓ, ସଞ୍ଜୟ ମାଝୀ, ଅମିତା ସାହୁ, ନମିତା ପାତ୍ର, ସୀମାଞ୍ଚଳ ପାଣିଗ୍ରାହୀ, ପ୍ରକାଶ ବାଜନୀ, ପ୍ରୋମଦ ମହାରଣା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସଂଗଠନ ର କାର୍ଯ୍ୟକାରୀ ସଭାପତି ହରି ପ୍ରସାଦ ମାଲନ ପରିଚାଳନା କରିଥିବାବେଳ ରୋଟାରୀ ସମ୍ପାଦକ ସଞ୍ଜୟ କୁମାର ସାବତ ଧନ୍ୟବାଦ୍ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ