ଜନସେବା ସଂପର୍କୀତ ବୈଠକ ଅନୁଷ୍ଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଛୟାଳସିଂସ୍ଥିତ ଶନି ମନ୍ଦିର ପ୍ରାଙ୍ଗଣରେ ନୂତନ ବର୍ଷ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଶିକ୍ଷକ ଖଗେଶ୍ୱର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାମାଜିକ ସେବା, ବୃକ୍ଷରୋପଣ, ଶୀତବସ୍ତ୍ର ବଣ୍ଟନ, ମନ୍ଦିରର ଉନ୍ନତିକରଣ ସଂପର୍କରେ ଆଲୋଚନା ହୋଇଥିଲା । ମନ୍ଦିର ଟ୍ରଷ୍ଟର ସଭାପତି ବିଜୟ କୁମାର ନାୟକ, ମୁଖ୍ୟ ପୂଜକ ନାରାୟଣ ଚନ୍ଦ୍ର ମିଶ୍ର, ଅଲେଖ ଚନ୍ଦ୍ର ନାୟକ, କୈବଲ୍ୟ ପଣ୍ଡା, ହୃଷିକେଶ ପାତ୍ର, ବିଦ୍ୟାଧର ବାରିକ, ଗୋପିନାଥ ରାଉତ, ବିଦ୍ୟାଧର ଲେଙ୍କା, ଭାଗବତ ବେହେରାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।