ଜନସ୍ୱାର୍ଥ ସୁରକ୍ଷା କମିଟି ତରଫରୁ ବୈଠକ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ବ୍ଳକ ଅନ୍ତର୍ଗତ କୋକୁଡିହସ୍ଥିତ ଇଚ୍ଛାମା ମନ୍ଦିର ପରିସରରେ ଜନସ୍ୱାର୍ଥ ସୁରକ୍ଷା କମିଟି ତରଫରୁ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବକିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସୁବାସ ସ୍ୱାଇଁ, ସଭାପତି ବଂଶୀଧର ବେହେରା,ବସନ୍ତ ମଲିକ, ସୁରେଶ ବେହୁରା, ପ୍ରଶାନ୍ତ ମିଶ୍ର , ନିରଞନ ନାୟକ ଆଦି ଯୋଗ ଦେଇ ନାଉଗାଁ ବ୍ଳକର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଦେବୀଦୋଳର ଦେବୀ ନଦୀରେ ବ୍ୟାରେଜ ନିର୍ମାଣ କରାଯାଇ ଜଳ ସୁରକ୍ଷା କରିବା, ବ୍ଳକ ଅଫିସ ଠାରୁ ତହସିଲ ପର୍ଯ୍ୟନ୍ତ ପକ୍କାରାସ୍ତା, ଜଳସେଚନର ସ୍ଥାୟୀ ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋଚନା କରାଯିବା ସହିତ ଉକ୍ତ ଦାବି ଗୁଡିକ ପୁରଣ କରିବା ପାଇଁ ସେପ୍ଟମ୍ବର ୨ୟ ସପ୍ତାହରେ ବ୍ଳକ ସମ୍ମୁଖରେ ଗଣ ଧାରଣା ଦିଆଯିବାର ନିଷ୍ପତି ଗ୍ରହଣ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ