ଜନ୍ମଦାତ୍ରୀଙ୍କୁ ମାଡ଼, ଜେଲଗଲା ମାଡ଼ ମାରିଥିବା ପୁଅ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ଥାନା ଅନ୍ତର୍ଗତ ବାରିକପଲ୍ଲୀ ଗ୍ରାମର ଜଣେ ଯୁବକ ତାଙ୍କ ମାଆଙ୍କୁ ମାଡମାରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଜଣାପଡ଼ିଛି। ଗିରଫ ଯୁବକ ଜଣକ ହେଲେ ହେଲେ ବାରିକପଲ୍ଲୀ ଗ୍ରାମର ହରି ଶଙ୍କର ଦାସ (୩୫) । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୩୪୧/୨୩ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ହରି ଶଙ୍କର ମଦ ପିଇବା ପାଇଁ ତାଙ୍କ ସ୍ତ୍ରୀ ଓ ମାଆଙ୍କୁ ପ୍ରତିଦିନ ଟଙ୍କା ମାଗିବା ସହ ମାରଧର କରୁଥିଲେ । ସ୍ବାମୀଙ୍କ ଅତ୍ଯାଚାର ସହ୍ଯ କରି ନ ପାରି ସ୍ତ୍ରୀ ବିରଞ୍ଚିପୁର ଗ୍ରାମରେ ଆସି ଆଶ୍ରୟ ନେଇଛନ୍ତି । ରବିବାର ଦିନ ରାତିରେ ହରି ଶଙ୍କର ତାଙ୍କ ମାଆଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ତାଙ୍କ ପାଖରେ ଟଙ୍କା ନଥିବା ମାଆ କାଇବାରୁ ପୁଅ ଘରର ଜିନିଷପତ୍ର ଫିଙ୍ଗା ଫୋପଡ଼ା କରି ମାଆଙ୍କୁ ନିସ୍ତୁକ ମାଡ ମାରିବା ସହ ଦେହରେ ନିଆଁ ଲଗାଇ ଦେଇଥିଲେ । ମାଆଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ମାଆ ତାଙ୍କ ପୁଅ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ