ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ରଞ୍ଜନ ମହାପାତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସାମ୍ପ୍ରତିକ ସମାଜରେ ନିଜର ଜନ୍ମ ଦିନଟିକୁ କେହି କେହି ହୋଟେଲ, ପଞ୍ଚତାରକା ହୋଟେଲରେ, ଡ଼ିଜେର ତାଳେ ତାଳେ ଧୂମ୍‌ଧାମ୍‌ରେ ପାଳନ କରୁଥିବା ବେଳେ, ଆଉ କେହି କେହି ସାଙ୍ଗସାଥୀଙ୍କ ମେଳରେ, ଭୋଜିଭାତ ଆସରରେ ପାଳନ କରି ନିଜ ଜନ୍ମଦିନିଟକୁ ସ୍ମରଣୀୟ କରିଥାନ୍ତି । ହେଲେ ଜାତୀୟତାର ମହାନ୍ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜଣାଶୁୁଣା ସମାଜସେବୀ ରଞ୍ଜନ କୁମାର ମହାପାତ୍ର । ଆଜି ନିଜର ୨୯ତମ ଜନ୍ମଦିନ ଅବସରରେ ରଞ୍ଜନ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ବ୍ୟାଙ୍କ ପରିସରରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ରକ୍ତଦାନ କରି ନିଜର ଜନ୍ମଦିନଟିକୁ ସ୍ମରଣୀୟ କରିଛନ୍ତି । ନିୟମିତ ରକ୍ତ ଆବଶ୍ୟକ କରୁଥିବା ରକ୍ତଶୂନ୍ୟତା ଭୋଗୁଥିବା ଶିଶୁ, ପୋଡ଼ାଜଳା ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଥାଲାସେମିଆ, ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କୁ ବଞ୍ଚାଇ ରଖିବା ପାଇଁ ଦୈନିକ ରକ୍ତର ଆବଶ୍ୟକତା ହୋଇଥାଏ । ହେଲେ ଏ ରକ୍ତ ଆସିବ କେଉଁଠୁ? ରକ୍ତ ତ ବିଜ୍ଞାନଗାରରେ ତିଆରି ହୋଇପାରିବନି । କେବଳ ବଦାନ୍ୟ ବ୍ୟକ୍ତିମାନେ ହିଁ ନିଜ ଶରୀରରୁ ଏହି ରକ୍ତଦାନ କରିପାରିବେ । ରକ୍ତଦାତା ନ ରହିଲେ ରକ୍ତ ଆବଶ୍ୟକ କରୁଥିବା ପୀଡ଼ିତଙ୍କ ଜୀବନରକ୍ଷା କରିବା ସମ୍ଭବ ନୁହେଁ । ତେଣୁ ପ୍ରତ୍ୟେକ ବଦାନ୍ୟ ବକ୍ତି ନିଜର ଜନ୍ମଦିନରେ ରକ୍ତଦାନ କରିପାରିଲେ, ଅନେକ ପୀଡ଼ିତଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ରଞ୍ଜନ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଭୁବନେଶ୍ୱରସ୍ଥିତ ରସୁଲଗଡ଼ ରାମକୃଷ୍ଣ ବାଳାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଅନ୍ନ, ଡ଼ାଲମା, ଖଟା ଓ କ୍ଷିରୀ ଭୋଜନରେ ଆପ୍ୟାୟିତ କରିବା ସହିତ କିଛି ସମୟ ତାଙ୍କ ସହିତ ଅତିବାହିତ କରି ନିଜ ଜନ୍ମଦିନର ଖୁସିକୁ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଏସିପି ଲଳିତେନ୍ଦୁ ମହାନ୍ତି, ମିଶନ ରକ୍ତ ବନ୍ଧନର ମୁଖ୍ୟ ହରପ୍ରସାଦ ମହାପାତ୍ର, ନାରାୟଣ ବେହେରା, ସୁଶ୍ରୀ ବିଭାରାଣୀ ପାତ୍ର, କାଞ୍ଚନ ପାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ବିଶ୍ୱଜିତ ସାମନ୍ତରାୟ, ତପନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରଞ୍ଜନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ