ଜନ୍ମଦିନରେ ମାଗଣା ଚକ୍ଷୁ ଚିକିତ୍ସା ଶିବର

ହାଟଡ଼ିହି, (ବିକାଶ ବିଶ୍ୱାଳ): ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନାଙ୍କ ଜନ୍ମଦିନ ଅବସରରେ ଫାଉଣ୍ଡେସନ ଟ୍ରଷ୍ଟ ଓ ସାଇ ନେତ୍ରମନ୍ଦିରର ମିଳିତ ସହଯୋଗରେ ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୭୨ଜଣ ରୋଗୀ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିବାବେଳେ ୩୫ଜଣଙ୍କ ମୋତିଆବିନ୍ଦୁ ରୋଗୀଙ୍କୁ ଚିହ୍ନଟ କରାଯାଇ ସାଇନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟ ଚଣ୍ଡିଖୋଲକୁ ଅସ୍ତ୍ରୋପଚାର ପାଇଁ ନିଆଯାଇଛି । ଏହି ଶିବିରରେ ଡାକ୍ତର ପ୍ରମୋଦ ବେହେରା, ଡାକ୍ତର ଶ୍ରୀମତ କୁମାର ସାହୁ, ପ୍ରୀତିମୟୀ ସାହୁ, ଟ୍ରଷ୍ଟର ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା, ଶଶିକାନ୍ତ ରାଉତ, ସୁଶାନ୍ତ ସାମଲ ପ୍ରମୁଖ ଉପସ୍ଥିତ ହୋଇ ଶିବିର ପରିଚାଳନା କରିଥିଲେ । ବାଲିବରେଇ ପଞ୍ଚାୟତର ସରପଞ୍ଚ ପ୍ରତିଭା ନାୟକ, ସରପଞ୍ଚଙ୍କ ପ୍ରତିନିଧି ଅନନ୍ତ ଚରଣ ରାଉତ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ଶତୃଘ୍ନ ପାତ୍ର, ବସନ୍ତ ପଢ଼ିଆରୀ, ମାନସ ପାତ୍ର, ବିଷ୍ଣୁ ନାୟକ, ବଳରାମ ରାଉତ ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ