ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଗାଁ ଠାରୁ ସହର
(ଯୁଗାବ୍ଦ ନ୍ୟୁଜ) ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁ ଠାରୁ ସହର । ଆଜିର ଦିନରେ ଧରାପୃଷ୍ଠରେ ଅବତାରଣ କରିଥିଲେ ଜଗତ ନିୟନ୍ତା ପ୍ରଭୁ ଶ୍ରୀ କୃଷ୍ଣ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥୀରେ ପଡିଥାଏ ଏହି ପବିତ୍ର ଦିନ । ଶାସ୍ତ୍ର ଉପରେ ନଜର ପକାଇଲେ ଆଜକୁ ପ୍ରାୟ ୫ହଜାର ବର୍ଷ ପୁର୍ବେ ଏହି ଦିନ ନିସ୍ତବ୍ଦ ରଜନୀରେ ପ୍ରଭୁ ଶ୍ରୀ କୃଷ୍ଣ ମା ଦେବକୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୁ ରୀତିନୀତି ଅନୁସାରେ , ଏହି ଦିନ ଭକ୍ତରଖି ବ୍ରତ ରଖି ରାତ୍ରୀରେ ମନ୍ଦିର ଯାଇ ପୁଜାର୍ଚ୍ଚନା କରିଥାନ୍ତି । ମଧ୍ୟ ରାତ୍ରୀରେ ଭଗବାନ କୃଷ୍ଣ ଜନ୍ମ ହୋଇଥିବାରୁ ଏହି ସମୟକୁ ସ୍ମରଣ ରଖିବା ପାଇଁ ଭକ୍ତମାନନେ ଘଣ୍ଟବଜାଇ ଶଙ୍ଖନାଦ କରି କୃଷ୍ଣ ନାମ ସଂକୀର୍ତ୍ତନ କରିଥାନ୍ତି ।