ଜନ୍ମ ଦିନରେ ରକ୍ତଦେଇ ଜୀବନ ବଞ୍ଚାଇ ଚର୍ଚ୍ଚାରେ ସ୍ୱେଚ୍ଛାସେବୀ ସୀମାଞ୍ଚଳ ଓ ପ୍ରଭାତ
ଗଞ୍ଜାମ, (ବିନୋଦ ପଲାଇ):ଜନ୍ମ ଦିନରେ କିଏ କେକ କାଟୁଛି ତ , କିଏ ହୋଟେଲରେ ଯାଇ ମଜାମଜିଲସ କରୁଛନ୍ତି ତ କିଏ ମଦ ପିଇ ଟାଇମପାସ କରୁଛନ୍ତି। ମାତ୍ର ଆଜିର ସମୟରେ ଏପରି ଲୋକ ଅଛନ୍ତି ଯିଏ ଜନ୍ମ ଦିନରେ ରକ୍ତଦାନ କରି ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଜୀବନକୁ ବଞ୍ଚାଇଦେଇ ସମାଜକୁ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି। ସେମାନେହେଲେ ଗଞ୍ଜାମର ସ୍ୱେଚ୍ଛାସେବୀ ତଥା ଇକୋ ୱାରିଓର୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ରକ୍ତଦାନ ଗ୍ରୁପର ସୀମାଞ୍ଚଳ ଦାସ ଓ ପ୍ରଭାତ ବିଶ୍ୱାଳ । ଗଞ୍ଜାମ ସହରର ଓଡ଼ିଆ ଢ଼ାମଣା ସାହିର ବାସିନ୍ଦା ସୀମାଞ୍ଚଳ ଦାସଙ୍କ ଜନ୍ମଦିନ ଥିବାରୁ ସେ ରକ୍ତଦାନ କରିବାକୁ ଇଛା ପ୍ରକାଶ କରିଥିଲେ। ଏହି ସମୟରେ ଗଜପତି ଜିଲାର ସିଲୁଙ୍କ ରକ୍ତ ପାଇଁ ତିନିଦିନ ଧରି ଦୌଡୁ ଥିଲେ ମଧ୍ୟ ରକ୍ତ ନପାଇ ହରାସ ହୋଇଯାଇଥିଲେ। ଯାହାକୁ ନେଇ ସୋସିଆଲ ମିଡ଼ିଆଆରେ ରକ୍ତଦାନ ଦାନ କରିବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ସୀମାଞ୍ଚଳ ବ୍ରହ୍ମପୁର ମେଡିକାଲର ରକ୍ତ ଭଣ୍ଡାର ସହ ଯୋଗାଯୋଗ କରିଥିଲେ ସେହିବ୍ୟକ୍ତିଙ୍କୁ ରକ୍ତଦାନ କରିବାକୁ। ପରେ ବ୍ରହ୍ମପୁର ଯାଇ ସୀମାଞ୍ଚଳ ରକ୍ତଦେଇଥିବା ବେଳେ ତାଙ୍କ ସହ ଯାଇଥିବା ପୂଇଁତୋଳା ଗ୍ରାମର ପ୍ରଭାତ ମଧ୍ୟ ରକ୍ତ ଦେଇଥିଲେ। ଯାହା ଫଳରେ ରକ୍ତ ଅଭାବରୁ ଅସ୍ତ୍ରୋପଚାର ହୋଇପାରୁନଥିବା ରୋଗୀଜଣଙ୍କ ର ଅସ୍ତ୍ରୋପଚାର ହୋଇପାରିଥିଲା ।ଯାହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ , ବିଭିନ୍ନ ମହଲରେ ପ୍ରଶଂସାରେ ସୁଅ ଛୁଟୁଛି ।