ଜନ୍ମ ମୃତ୍ୟୁକୁ ନେଇ କିଛି କଥା
ମୃତ୍ୟୁ କ’ଣ? କେଉଁ ସମୟରେ ମୃତ୍ୟୁ ଆସେ? ମୃତ୍ୟୁ ପରେ କ’ଣ ହୁଏ? ମୃତ୍ୟୁର ଅନୁଭବ କିପରି? ପୂର୍ବ ଜନ୍ମର ସତ୍ୟତା ଅଛି କି ନାହିଁ ଏହି ସବୁ ପ୍ରଶ୍ନ ଅନେକ ସମୟରେ ମନରେ ଉଙ୍କି ମାରେ । ନିଜ ଜ୍ଞାନ ବଳରେ ମୃତ୍ୟୁର ରହସ୍ୟ ବିଷୟରେ ଅନେକ ମୁନିଋଷି ଅନାବୃତ କରିଛନ୍ତି । ମଣିଷ କ’ଣ ପୁନର୍ଜନ୍ମ ନିଏ? ଏହାକୁ ନେଇ କେତେ ସତ୍ୟତା ଅଛି । ଡାରୱିନଙ୍କ ଉତ୍ପତ୍ତିର ନିୟମ ଅନୁସାରେ ଜୀବନ ଏକ କୋଷୀୟ ଜୀବରୁ ଆରମ୍ଭ ହୋଇ ମନୁଷ୍ୟ ହେବା ପର୍ଯ୍ୟନ୍ତ ବିକଶିତ ହୋଇଥାଏ । ଏହି ବିଷୟରେ କୌଣସି ସୂଚନା ମିଳିପାରିନାହିଁ ଯେ ମୃତ୍ୟୁ ପରେ କ’ଣ ହୋଇଥାଏ । ମୁନିଋଷିଙ୍କ ମତ ଅନୁସାରେ ଆତ୍ମାର ଅସ୍ତିତ୍ୱ ଅଛି, ଏହାର ବିଶ୍ୱାସ କରିବାକୁ ହେବ । ଆତ୍ମାର ସ୍ୱରୂପ ବୁଝିଗଲେ ଏହାର ରହସ୍ୟ ବୁଝିବାକୁ ସହଜ ହେବ । ଆତ୍ମା ମରେ ନାହିଁ । ଯେଉଁ ପର୍ଯ୍ୟନ୍ତ ଆତ୍ମାଭାବକୁ ବୁଝିପାରିବ ନାହିଁ ସେ ଯାଏଁ ମୃତ୍ୟୁର ଭୟ ଲାଗି ରହିବ । ମୃତ୍ୟୁର ସମସ୍ତ ତଥ୍ୟ ମନକୁ ମିଳିଗଲେ ମନରେ ଥିବା ସମସ୍ତ ଡର ଦୂରେଇଯିବ ।


