ଜନ୍ମ ରାଶି ଖୋଲିବ ପଡୋଶୀଙ୍କ ରହସ୍ୟ
ଘର ପାଖରେ ରହୁଥିବା ପଡୋଶୀ ସାମାଜିକ ଜୀବନକୁ ପରିପୁଷ୍ଟ କରିଥାଆନ୍ତି। ତେବେ ପଡୋଶୀଙ୍କ ସହିତ ହୁଏତ ଆପଣଙ୍କର ବହୁତ ଭଲ ପଡିପାରେ ନଚେତ ନପଡିବି ପାରେ। ଏଣୁ କେହି କେହି ପଡୋଶୀଙ୍କୁ ନେଇ ଖୁବ୍ ଖୁସିରେ ରହୁଥିବା ବେଳେ ଆଉ କେହି ଏତେ ମାତ୍ରାରେ ଦୁଃଖି ହୋଇ ଯାଆନ୍ତି ଯେ ଶେଷକୁ ଘର ବଦଳାଇବାକୁ ବାଧ୍ୟ ହୁଅନ୍ତି। ତେବେ ଆପଣଙ୍କ ପଡୋଶୀ କିପରି ହେବେ ତାର ଅନୁମାନ ଆପଣଙ୍କ ଜନ୍ମ ରାଶିରୁ ଜାଣିପାରିବେ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଜାତକଙ୍କ ପଡୋଶୀ କିପରି ହୋଇଥାନ୍ତି।
ମେଷ : ଏହି ରାଶି ଜାତକମାନେ ସେମାନଙ୍କ ପଡୋଶୀଙ୍କ ସହ ଏକ ସୀମା ମଧ୍ୟରେ ସମ୍ପର୍କ ରଖିଥାନ୍ତି। ନିଜ ପାଖ ଆଖରେ ରହୁଥିବା ଲୋକଙ୍କୁ ସେମାନେ ହଇରାଣ କରିନଥାନ୍ତି କି ସେମାନଙ୍କ ସହ ପ୍ରଗାଢ ସମ୍ପର୍କ ରଖିନଥାନ୍ତି। ତେବେ ଏହି ରାଶି ଜାତକ କେବଳ ନିଜ କାମରେ ସବୁବେଳେ ମତଲବ ରଖିଥାନ୍ତି।
ବୃଷ : ଏହି ରାଶି ଜାତକମାନେ ସର୍ବଦା ଆଦର୍ଶ ପଡୋଶୀ ସାବ୍ୟସ୍ତ ହୋଇଥାନ୍ତି। ବୃଷରାଶି ଜାତକ କାହା ସହ କଳିଝଗଡା କରନ୍ତିନି ସମସ୍ତଙ୍କ ସହ ସାମଞ୍ଜସ୍ୟ ରଖି ଚଳିବାକୁ ପସନ୍ଦ କରିଥାନ୍ତି।
ମିଥୁନ : ଏହି ରାଶି ଜାତକ କେବେ ବି ଆଦର୍ଶ ପଡୋଶୀ ସାବ୍ୟସ୍ତ ହୋଇନଥାନ୍ତି। ପଡୋଶୀଙ୍କୁ ନେଇ ସବୁବେଳେ ଏମାନଙ୍କର ମୁଣ୍ଡବିନ୍ଧା ହୋଇଥାଏ। ପଡୋଶୀଙ୍କ ସାମାନ୍ୟ କଥା ବି ଏମାନେ ସହନ୍ତିନି। କେବେ କେବେ ପରିସ୍ଥିତି ଏପରି ହୋଇଥାଏ ଯେ ସେମାନେ କଳିଝଗଡାକୁ ବି ଓହ୍ଲାଇ ଆସନ୍ତି। ଏଣୁ ଏହି ରାଶି ଜାତକଙ୍କୁ ନେଇ ସେମାନଙ୍କ ପଡୋଶୀ ସବୁବେଳେ ଚିନ୍ତାରେ ଥାନ୍ତି।
କର୍କଟ: ପଡୋଶୀଙ୍କ ସହ ଏହି ରାଶି ଜାତକ ବେଶ ଉତ୍ତମ ସମ୍ପର୍କ ରଖନ୍ତି। ହେଲେ ସେମାନଙ୍କ ସହ ଗୋଳେଇ ମିସେଇ ହୁଅନ୍ତିନି। ତେବେ ପଡୋଶୀଙ୍କୁ ସାମ୍ନାରେ କିଛି କହୁନଥିଲେ ବି ପଛପଟେ ସବୁବେଳେ କାମ କରିଥାନ୍ତି।
ସିଂହ : ଏହି ରାଶି ଜାତକ କେବେ ନରମ ତ କେବେ ଗରମ ପ୍ରକାରର। ପଡୋଶୀଙ୍କ ସହ ସେମାନଙ୍କର ଝଗଡା ହୋଇଥାଏ ହେଲେ ପୁଣି ଆପସି ବୁଝାମଣା ବି କରିଦେଇଥାନ୍ତି। ଏହି ରାଶି ଜାତକ ସାମାନ୍ୟ ଭାବୁକ । ନିଜ ଜିଭ ଉପରେ ନିୟନ୍ତ୍ରଣ ରଖିପାରିନଥାନ୍ତି।
କନ୍ୟା: ପ୍ରାୟତଃ କନ୍ୟା ରାଶି ଜାତକମାନେ ମିଶାଣିଆ ସ୍ୱଭାବର । ଏଣୁ ସାହି ପଡୋଶୀଙ୍କ ସହ ସେମାନଙ୍କର ଉତ୍ତମ ସମ୍ପର୍କ ରହିଥାଏ।
ତୁଳା : ଏହି ରାଶି ଜାତକମାନେ ବେଶ ମିଳାମିଶା ପ୍ରିୟ ହେଲେ ସେମାନଙ୍କର ଚୁଗଲିଖୋର ମନବୃତ୍ତି ଥାଏ। ସେମାନଙ୍କ ଲାଗି ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ଫାଟ ଦେଖାଦିଏ।
ବିଛା : ସାଧାରଣତଃ ବିଛା ରାଶି ଜାତକ ବହୁତ ଚାଲାକ ହୋଇଥାନ୍ତି। ତେବେ ସେମାନଙ୍କର ସବୁବେଳେ ଉଦ୍ୟମ ସାହି ପଡିଶାରେ ସେମାନଙ୍କୁ ଲୋକେ ଉଚ୍ଚ ନଜରରେ ଦେଖନ୍ତୁ। ଏମାନେ ସାହି ପଡିଶାଙ୍କ ସମସ୍ତ ଖବର ରଖନ୍ତି ଓ ସେହି ଅନୁସାରେ ସମସ୍ତଙ୍କ ସହ ଡିଲ ମଧ୍ୟ କରନ୍ତି।
ଧନୁ : ରାଶି ଜାତକ ବେଶ ସାଧାସିଧା ଓ ଶରଳ। ଏମାନେ କାହା ସହିତ ଝଗଡାଝାଟି କରନ୍ତିନି କି ଅନ୍ୟମାନଙ୍କ ପ୍ରସଙ୍ଗରେ ମୁଣ୍ଡ ଖେଳାନ୍ତିନି।
ମକର: ଭାରି କପୁଡା ରାଶି। ଏମାନେ ପଡୋଶୀଙ୍କ ସହିତ ଆଳାପ ଆଲୋଚନାକୁ ଖୁବ୍ ପସନ୍ଦ କରନ୍ତି। ଏଣୁ ସାହି ପଡିଶା ସବୁ ଲୋକଙ୍କ ସୂଚନା ଏମାନଙ୍କ ନିକଟରେ ଥାଏ।
କୁମ୍ଭ : ଏହି ରାଶି ଲୋକେ ମନୋରଞ୍ଜକ ପଡୋଶୀ ହୋଇଥାନ୍ତି। ଲୋକଙ୍କୁ ହସାଇ ନିଜେ ଆନନ୍ଦିତ ହେବାକୁ ଏମାନେ ଖୁବ୍ ପସନ୍ଦ କରିଥାନ୍ତି। ପରିବେଶରେ ଏମାନେ କେବେବି ଅଶାନ୍ତି ସୃଷ୍ଟି ହେବାକୁ ଦିଅନ୍ତିନି।
ମୀନ: ଏହି ରାଶି ଜାତ ସବୁଠୁ ଆକ୍ଟିଭ ପଡୋଶୀ ହୋଇଥାନ୍ତି। ତାଙ୍କ ଆଖପାଖରେ ଲୋକଙ୍କ ସମସ୍ୟା ସମାଧାନରେ ମଧ୍ୟ ସହାୟକ ବୋଇଥାନ୍ତି। ଏମାନେ ସାହିପଡୋଶୀଙ୍କ ମଧ୍ୟରେ ଏକତା ଆଣିବାରେ ବେଶ ସକ୍ଷମ ହୋଇଥାନ୍ତି।


