ଜନ ଆରୋଗ୍ୟ ସମିତି ବୈଠକ ଓ ସଦସ୍ୟ ବୃନ୍ଦଙ୍କ ଅଭିମୁଖିକରଣ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର / ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଜନ ଆରୋଗ୍ୟ ସମିତିର ବୈଠକ ଓ ସଦସ୍ୟ ବୃନ୍ଦଙ୍କ ଅର୍ଦ୍ଧ ଦିବସିୟ ଅଭିମୁଖିକରଣ କାର୍ଯ୍ୟକ୍ରମ ଜାନୁଆରୀ ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଜନ ଆରୋଗ୍ୟ ସମିତି ସଭାପତି ତଥା ୪୩ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗପାଣି ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମାଣିତରା ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ସ୍ୱାଗତ ଭାଷଣ ସହ ଆଲୋଚ୍ୟ ପ୍ରସଙ୍ଗରେ ସୂଚନା ଦେଇଥିଲେ। ଡାକ୍ତର ଦୁର୍ଗାପ୍ରସାଦ ବିଶ୍ୱାଳ ପୂର୍ବ ସଭାର ବିବରଣୀ ପାଠ କରିବା ପରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହି ବୈଠକ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଏକାଉଣ୍ଟ ମ୍ୟାନେଜର ସଞ୍ଜୟ କୁମାର ବରାଡ଼, ପବ୍ଲିକ ହେଲଥ ଅଫିସର ରଞ୍ଜନୀ କୁମାରୀ ପୃଷ୍ଟି, ଅନିଲ କୁମାର ମହାରଣା, ଜୟଦେବ ରାଉତ, ମେଡ଼ିକାଲର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ଟେକିନିସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡା, ଗଙ୍ଗା ସାହାଣୀ ଓ ପ୍ରତିମା ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ବୈଠକରେ ଯୋଗଦେଇଥିଲେ। ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସଠିକ ଭାବେ ହେଉଥିବା ଯୋଗୁଁ କର୍ମଚାରୀ ସମୂହଙ୍କୁ ସାଧୁବାଦ ପ୍ରଦାନ କରାଯାଇଥିଲା। ପ୍ରତିମାସରେ ଥରେ ଚକ୍ଷୁ ପରୀକ୍ଷା ପାଇଁ ମାଣିତରାରେ କାର୍ଯ୍ୟକ୍ରମ ହେଉଥିବା ବେଳେ ତାହା ବନ୍ଦ ହୋଇଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ପୁଣି ତାହା କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସୂତି ଭବନ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ତୁରନ୍ତ ହସ୍ତାନ୍ତର କରିବାକୁ ଚେଷ୍ଟା କରିବା ପାଇଁ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବ ଗୌରବ ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ଶେଷରେ ଡାକ୍ତର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ