ଜନ-ଆଶିର୍ବାଦ ଯାତ୍ରାରେ ମିଳିଲା ଦେଶବାସୀଙ୍କ ସ୍ନେହ ଓ ଆଶିର୍ବାଦ – ଜେପି ନଡ୍ଡା

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଶନିବାର ଦିନ ଜନ ଆଶିର୍ବାଦ ଯାତ୍ରା ସମୟରେ ଦେଶବାସୀଙ୍କ ସମର୍ଥନ, ସ୍ନେହ ଓ ଆଶିର୍ବାଦ ମିଳିଥିବା କହିଛନ୍ତି । ଏଥି ନିମନ୍ତେ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ଏବଂ ସମ୍ପ୍ରସାରଣ ପରେ ଅଗଷ୍ଟ ୧୬ ତାରିଖରେ ଭାଜପା ନୂଆ ମନ୍ତ୍ରୀ ମାନଙ୍କୁ ଜନତାଙ୍କ ନିକଟକୁ ପଠାଇବା ନିମନ୍ତେ ଜନ ଆଶିର୍ବାଦ ଯାତ୍ରାର ଆରମ୍ଭ କରିଥିଲା ।
ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଏକ ପ୍ରେସ୍ ବାର୍ତାରେ କହିଛନ୍ତି ଯେ, ଜନ ଆଶିର୍ବାଦ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କୁ ଜନସାଧାରଣ ପ୍ରବଳ ସମର୍ଥନ ଏବଂ ଆଶିର୍ବାଦ ଦେଇଥିବାରୁ ଦେଶବାସୀଙ୍କୁ ଆମର କୋଟି କୋଟି କାର୍ଯ୍ୟକର୍ତାଙ୍କ ପକ୍ଷରୁ ଧନ୍ୟବାଦ ।
ସେ କହିଥିଲେ ଯେ, ଅଗଷ୍ଟ ୧୫ରୁ ଆରମ୍ଭ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ୧୪ ଦିନ ବ୍ୟାପୀ ଚାଲିଥିବା ଏହି ଅଭୁତପୂର୍ବ ଜନ ଆଶିର୍ବାଦ ଯାତ୍ରା ୨୪ ହଜାର କିମିରୁ ଅଧିକ ଦୂର ଯାତ୍ରା କରିଥିଲା । ଇତିମଧ୍ୟରେ ୫୦୦୦ ରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରତ୍ୟେକ କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ରହିଛି । ଏହି ଯାତ୍ରାର ସମସ୍ତ ଶ୍ରେୟ ଦେଶର ଜନତାଙ୍କର ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ