ଜନ ଜାତି କ୍ରୀଡା ପକ୍ଷରୁ ସାମ୍ବାଦିକ ମାନଙ୍କ ଯୋଗଦାନ
ରାୟଗଡା, (ବିଶ୍ୱରଜ ଛିଞ୍ଚାଣି):ଚଳିତ ମାସ ୧ ତାରିଖରୁ ୩ ତାରିଖ ପର୍ୟ୍ୟନ୍ତ ଚାଲୁଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ସାମ୍ବାଦିକ ବନାମ ରାମନାଗୁଡ଼ା ବ୍ଲକ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା। ଉଭୟ ଦଳର ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଅଥଚ ସାମ୍ବାଦିକ ଦଳର ମ୍ୟାଚ୍ ଅଭ୍ୟାସ କମ ଥିବା ଯୋଗୁଁ ରନ ରେଟ୍ କମି ଯାଇଥିଲା। ତଥାପି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ପଡିଆକୁ ଅହ୍ଲାଇଥିଲେ।ସେହିଭଳି ଭଲିବଲ୍ ଖେଳ ପାଇଁ ପୌରପରିଷଦ ଏବଂ ସାମ୍ବାଦିକ ଟିମ୍ ମଧ୍ୟରେ ଖେଳ ଦେଖିବାକୁ ମିଳିଥିଲା।ଉଭୟ ଦଳର ଖେଳ ପ୍ରଦର୍ଶନ ରମାଞ୍ଚକର ମ୍ୟାଚ୍ ରେ ପୌର ପରିଷଦ ବିଜୟ ଲାଭ କରିଥିବା ବେଳେ ସାମ୍ବାଦିକ ଦଳ ପରାଜୟ ବରଣ କରିଛନ୍ତି। ତଥାପି ସାମ୍ବାଦିକ ମାନଙ୍କ ଖେଳ ପ୍ରତି ଥିବା ଆଗ୍ରହ ଏବଂ ଉତ୍ସାହ ଦେଖି ଦର୍ଶକ ଭୂରି ଭୂରି ପ୍ରଶଂସା କରିଛନ୍ତି। ଯେ ହେତୁ ଦୀର୍ଘ ବର୍ଷ ର ବ୍ୟବଧାନରେ ପଡିଆକୁ ଅହ୍ଲାଇ ଥିଲେ ସାମ୍ବାଦିକ ଦଳ। ଆଗକୁ ଭଲ ଅଭ୍ୟାସ କରି ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଖେଳ ସଂଘଠକ ଶ୍ରୀ ବସନ୍ତ ପ୍ରଧାନ ନିଜ ପ୍ରତିକ୍ରିୟା ରଖିଛନ୍ତି।


