ଜନ ଜୀବନ ସୁରକ୍ଷା ସମିତିର ବସ୍ତି ବାସିନ୍ଦାଙ୍କ ଦାବି ନେଇ ଗଣଧାରଣା

ବାଲେଶ୍ୱର : ଆଇ.ଟି.ଆଇର ପାଚେରୀ ନିର୍ମାଣକୁ ବିରୋଧ କରି ଜଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଇ.ଟି.ଆଇ ନିକଟସ୍ଥ ବସ୍ତିବାସିନ୍ଦା । ରାସ୍ତା ସମସ୍ୟା ନେଇ ରାସ୍ତାରେ ଧାରଣା ଦେଲେ ଆଇ.ଟି.ଆଇ ନିକଟସ୍ଥ ବସ୍ତିବାସିନ୍ଦା । ଆଇ.ଟି.ଆଇର ପାଚେରୀ ନିର୍ମାଣକୁ ପୂର୍ବରୁ ବହୁବାର ବିରୋଧ କରିଆସିଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଫଳରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜନଜୀବନ ସୁରକ୍ଷା ସମିତି ପକ୍ଷରୁ ଧାରଣା ଦେଇଛନ୍ତି ବସ୍ତିବାସିନ୍ଦା । ଅଙ୍ଗାରଗଡିଆ ମୌଜାର ଆଇ.ଟି.ଆଇ ପମ୍ପହାଉସ ନିକଟରେ ମେଜର ସାଟେଲ୍ମେଣ୍ଟ ଖାତା ନଂ.୩୮୬ ଅନ୍ତର୍ଗତ ପ୍ରାୟ ୮ଟି ଖସଡାରେ ସ୍ଥାୟୀ ଭାବେ ବାସ କରିଆସୁଥିବା ଗରିବ ଲୋକେ ଗତ .୩୦.୭.୨୦୧୯ରିଖରେ ସଦର ତହସିଲଦାରଙ୍କୁ ବାସ କରୁଥିବା ଜମିର ପଟ୍ଟା ପାଇଁ ଅନୁରୋଧ କରିଥିଲେ । ଗତ ତା.୨୨.୮.୨୦୧୯ରିଖରେ ସେମାନେ ୨୪ଗୋଟି ଜମି ପଟ୍ଟା ପାଇଁ ଆବେଦନ ପତ୍ର ବ୍ୟକ୍ତିଗତ ଭାବେ ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ । ଯାହାର ପ୍ରାପ୍ତି ସ୍ୱୀକାର ତହସିଲଦାର ନ କରିବାରୁ ଏବଂ ଏଥିପାଇଁ ତହସିଲଦାରଙ୍କୁ ଅନୁରୋଧ କରୁଥିବା ଜୈନିକ ଆଡଭୋକେଟଙ୍କୁ ପୁଲିସ ଲଗାଇ ବାହାର କରିବାକୁ ଧମକ ଦେଇଥିଲେ । ସେହିଦିନ ଅଙ୍ଗାରଗଡିଆ ବସ୍ତିବାସିନ୍ଦାମାନେ ମିଳିତ ଭାବେ ଏକ ଦରଖାସ୍ତ ମାଧ୍ୟମରେ ଜିଲ୍ଲାପାଳ ଏବଂ ଏସପିଙ୍କୁ ସେମାନଙ୍କର ଚଳପ୍ରଚଳ କରୁଥିବା ରାସ୍ତା ବନ୍ଦ ନକରିବାକୁ ଅନରୋଧ କରିଥିଲେ । ପୁଣି ଗତ ତା.୨୭.୦୮.୨୦୧୯ରିଖରେ ଅଧିକ ସଂଖ୍ୟକ ପୁଲିସ ନେଇ ତହସିଲଦାର ବସ୍ତିବାସିନ୍ଦା ବିଶେଷ କରି ମହିଳା ଓ ଶିଶୁମାନଙ୍କୁ ପୁଲିସ ସହାୟତାରେ ସେ ସ୍ଥାନରୁ ହଟାଇ ଦେଇ ଜବରଦସ୍ତ କଂକ୍ରିଟ୍ରେ ଉଭୟ ପଟର ପ୍ରବେଶ ପଥ ବନ୍ଦ କରିଥିଲେ । ଆଇ.ଟି.ଆଇ.ର ଅଧ୍ୟକ୍ଷ କେ.ସି. ରାଉତଙ୍କ ଷଡଯନ୍ତ୍ରରେ ଜିଲ୍ଲା ପ୍ରଶାସନ ରାସ୍ତା ଅବରୋଧ କରିବା ଏବଂ ଖୁବ୍ ଶୀଘ୍ର ବସ୍ତିବାସିନ୍ଦାଙ୍କୁ ସେ ସଥାନରୁ ହଟାଇ ଦେବା ପାଇଁ ଅଧିକ ହିଂସାତ୍ମକ ରାସ୍ତା ଆପଣାଇଛି । ଅନ୍ୟପକ୍ଷରେ ରାସ୍ତାକୁ ଯିବା ଆସିବା ପାଇଁ ଆଇଟିଆଇ ପକ୍ଷରୁ ବସ୍ତିକୁ ଖୋଲାଯାଇଥିବା ରାସ୍ତାରେ ଯିବା ଆସିବା ସୁବିଧାଜନକ ନୁହେଁ ବୋଲି କହିଛନ୍ତି ବସ୍ତିବାସିନ୍ଦା । ତେଣୁ ତୁରନ୍ତ ଯିବା ଆସିବା ରାସ୍ତାର ସୁବନ୍ଦୋବସ୍ତ କରିବା ପାଇଁ ବସ୍ତିବାସିନ୍ଦା ଦାବି କରି ଗଣ ଧାରଣା ଦେଇଛନ୍ତି । ରାଜଶ୍ରୀ ମହାନ୍ତି, ଅନୁସୟା ଋଣା, ଦେବକୀ ଦାସ, ମମତା ମଜୁମଦାର, ସବିତା ଜେନା, ଭଗବତୀ ମହାଋଣା, ରମଣୀ ମାଝୀ, ଭାନୁମତୀ ନାୟକ, ଆଶା ନାୟକ, ମଧୁସ୍ମିତା ମହାଳିକ, ତପନ ନାୟକ, ରମେଶ ଋଣା, ମୋନାଲିସା ଦାସ, ତନ୍ମୟ ଦାସ, ଭାରତୀ ବେହେରା, ମାଳତୀ ମହାନ୍ତି, ଜୟନ୍ତ ମହନ୍ତ, ସାବିତ୍ରୀ ବିସି, ସିନିଗୋ ଟୁଡୁ, ଭଗବତୀ ମାରାଣ୍ଡି, ମାମି କିସ୍କୁ, ଲକ୍ଷ୍ମୀ ଟୁଡୁ, ଅବିନାଶ ଜେନା, ସରସ୍ୱତୀ ଦାସ, ଆରତୀ ସିଂ, ଅଜୟ ସିଂ, ବସନ୍ତ ସିଂ, ଶ୍ୟାମ ହାସଦା, ବିଦ୍ୟାଧର ବାସ୍କେ ପ୍ରମୁଖ ବସ୍ତିବାସିନ୍ଦା ଏହି ଗଣଧାରଣାରେ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ