ଜନ ପ୍ରତିନିଧିଙ୍କୁ ଗୁରୁତ୍ୱ ଲାଗି ସମନ୍ଵୟ ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ବ୍ଲକ ଅଞ୍ଚଳରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଉନ୍ନୟନ ପ୍ରକଳ୍ପ ସମ୍ପାଦିତ ହେଉଛି।ବ୍ଲକ ପକ୍ଷରୁ ପଞ୍ଚାୟତ ସ୍ତରରେ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ହେଉଛି ସେଥିରେ ଉଣା ଅଧିକ ନିର୍ବାଚିତ ଜନ ପ୍ରତିନିଧିମାନଙ୍କର ସକ୍ରିୟ ଭୂମିକା ରହିଛି।କିନ୍ତୁ ବିଭିନ୍ନ ବିଭାଗର ବହୁ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ବେଳେ ବିଭାଗ ପକ୍ଷରୁ ସେମାନଙ୍କୁ ଗୁରୁତ୍ୱ ପ୍ରଦାନ କରା ଯାଉ ନାହିଁ।ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ତାଳ ମେଳ ନ ରହିବା କାରଣରୁ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ସ୍ଥିତି,କାର୍ୟନ୍ବୟନ ଓ ପରିଣାମରେ ବିଶେଷ ପ୍ରଭାବିତ ହେଉଥିବା ଜଣାପଡିଛି।ଏହି ତାରତମ୍ୟରେ ସୁଧାର ଆଣି ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଅଧିକ କ୍ରିୟାଶୀଳ ଓ ସଫଳ ରୂପାୟନ କରିବା ଦିଗରେ ବୁଧବାର ଏକ ବ୍ଲକ ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ।ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ,ଗ୍ରାମ୍ୟ ଉନ୍ନୟନ ଗଞ୍ଜାମ ବିଭାଜନ-୧ନିର୍ବାହୀ ଯନ୍ତ୍ରୀ ଇଂ ତ୍ରିଲୋଚନ ସାହୁ, ପୂର୍ତ୍ତ ବିଭାଗ ବ୍ରହ୍ମପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣ କୁମାର ଶତପଥୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗନିର୍ବାହୀ ଯନ୍ତ୍ରୀ ଇଂ ପ୍ରତାପ ଚନ୍ଦ୍ର ମହାପାତ୍ର ଓ ଛତ୍ରପୁର ସ୍ଥିତ ଜନସ୍ଵାସ୍ଥ୍ୟ ବିଭାଗ ଭଞ୍ଜନଗର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ରାମଚନ୍ଦ୍ର ସାମନ୍ତରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପଞ୍ଚାୟତ ସ୍ତରରେ ପୂର୍ତ୍ତ, ଜଳସମ୍ପଦ, ଉଠା ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, କୃଷି,ଉଦ୍ୟାନ କୃଷି,ବନ ବିଭାଗ ଓ ପଶୁ ସଂପଦ ଆଦି ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦିତ କରିବା କ୍ଷେତ୍ରରେ ଜନ ପ୍ରତିନିଧିମାନଙ୍କ ସହଯୋଗ ଓ ସମନ୍ୱୟ ରହିବା ଆବଶ୍ୟକ ବୋଲି ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପରେ ୬୭,୬୮ଓ ୬୯ ନଂ ଜୋନ ଅନୁଯାୟୀ ପ୍ରତିନିଧିମାନେ ସେମାନଙ୍କ ଗ୍ରାମରେ ଆବଶ୍ୟକୀୟ ପ୍ରାୟ ୪୮ଟି ଉନ୍ନୟନ ମୂଳକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।ଏହି ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ପାଢୀ, ସହକାରୀ ଯନ୍ତ୍ରୀ ଇଂ ସରୋଜ କୁମାର ମିଶ୍ର,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ଲଡୁ କିଶୋର ପଣ୍ଡା, ଇଂ ଉମା ଚରଣ ପାଢ଼ୀ, କନିଷ୍ଠ ଯନ୍ତ୍ରୀ ଇଂ ରବୀନ୍ଦ୍ର ନାୟକ ଓ ପ୍ରସନ୍ନ କୁମାର ଦଳାଇ, କନିଷ୍ଠ ଯନ୍ତ୍ରୀ କେଦାର ପଣ୍ଡା,ବିଏଓ ବଳରାମ ସୁବୁଦ୍ଧି, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ବିଭିଓ ଲମ୍ବୋଦର ମହାପାତ୍ର, ବନପାଳ ବାଲାଜି ରେଡ୍ଡୀ, ସରପଞ୍ଚ ରଘୁନାଥ ବେହେରା, ଲଡୁ କିଶୋର ବେହେରା, ଅଶୋକ କୁମାର ପଣ୍ଡା, ଲକ୍ଷ୍ମଣ ଗୌଡ଼, କୃଷ୍ଣ ପାଣିଗ୍ରାହୀ, ଭି ରବୀନ୍ଦ୍ର, ଜି ମୋହନ, ଦୁର୍ଗା ମାଧବ ମହାନ୍ତି, ଏ ସୁଦର୍ଶନ ଙ୍କ ସମେତ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ