ଜନ ପ୍ରତିନିଧିଙ୍କ ଜନସେବା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ନୟାପଲ୍ଲୀ ଗ୍ରାମରେ ମା’ ଭୂଆଷୁଣି ନାଳ ପୋତି ହୋଇଯାଇଥିଲା । ଏହାର ପୁନଃରୁଦ୍ଧାର କାର୍ଯ୍ୟ ନୂଆ ପ୍ରକଳ୍ପ ମାଧ୍ୟମରେ ଆରମ୍ଭ କରିଥିଲେ ଗ୍ରାମର ୱାର୍ଡ଼ମେମ୍ବର ଚିତ୍ତରଞ୍ଜନ ଖୁଣ୍ଟିଆ । ମୁଖ୍ୟ ଅତିଥି ଭାବେ ନୂଆ ପ୍ରକଳ୍ପର ଉଦ୍ଘାଟନ କରିଥିଲେ ସରପଞ୍ଚ ପ୍ରଦୀପ କୁମାର ବାରିକ । ଉକ୍ତ କାର୍ଯ୍ୟଦ୍ୱାରା ଗ୍ରାମର ବହୁ ଚାଷୀ ଉପକୃତ ହେବା ସହିତ ଗ୍ରାମର କିଛି ଶ୍ରମିକ ରୋଜଗାର ପାଇଥିବାରୁ ଜନ ପ୍ରତିନିଧିଙ୍କର ଉକ୍ତ ସେବା କାର୍ଯ୍ୟ ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଛି ବୋଲି ସମାଜସେବୀ ନାରାୟଣ ଖୁଣ୍ଟିଆ ଏକ ପ୍ରେସ୍ବାର୍ତ୍ତା ମାଧ୍ୟମରେ ମତବ୍ୟକ୍ତ କରିଛନ୍ତି ।


