ଜନ ଶିକ୍ଷଣ ସଂସ୍ଥାନର ବର୍ଯ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜଗତସିଂହପୁର ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳୋସ୍ଥିତ ଗ୍ରେଟ ଆଇଟିଆଇ ପରିସରରେ ବର୍ଯ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାନର ନିର୍ଦ୍ଦେଶକ କିଶୋର କୁମାର ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଲଣା ପଂଚାୟତ ସରପଂଚ ଚନ୍ଦ୍ରମଣୀ ବେହେରା, ମୁଖ୍ୟବକ୍ତା ଭାବେ ଗ୍ରେଟ ଆଇଟିଆଇର ଅଧ୍ୟକ୍ଷ ଶୁଶୀଲ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ବେହେରା ଓ ସାମ୍ବାଦିକ ପ୍ରଦୋଶ ମହାନ୍ତି ପ୍ରମୁଖ ଯୋଗ ଦେଇ ଥିଲେ । ପାରମ୍ଭରେ ଜନ ଶିକ୍ଷଣ ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ମନୋଜ କୁମାର ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀ ସାମଲ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସହ ସ୍ୱଚ୍ଛତା ପକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମମାନ ସଂସ୍ଥାନ ଦ୍ୱାରା ୧୬ ତାରିଖ ଠାରୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ କରାଯାଇ ଉଦ୍‌ଯାପନ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୈନଦିନ ଜୀବନରେ ବ୍ୟବହୃତ ହେଉଥିବା ଜିନିଷମାନଙ୍କରୁ ନିର୍ଗତ ବର୍ଯ୍ୟବସ୍ତୁକୁ କିପରି ସୁପରିଚାଳନା କରାଯାଇ ପାରିବ ସେ ସମ୍ପର୍କରେ ଅତିଥିମାନେ ବିଭିନ୍ନ ପ୍ରକାରର ଉଦାହରଣମାନ ଦେଇ ଆଲୋକପାତ କରିଥିଲେ । ଶେଷରେ ସଂସ୍ଥାନର ପ୍ରଶିକ୍ଷିକା ଲିପ୍ସିମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ