ଜବତ ବାଣ ନିଷ୍କ୍ରିୟ ବେଳେ ପ୍ରଚଣ୍ଡ ବିସ୍ପୋରଣ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପକ୍ଷରୁ ଜବତ ହୋଇଥିବା ବେଆଇନ ବାଣ ଗୁଡ଼ିକୁ ନିଷ୍କ୍ରିୟ କରିବା ବଳେ ନିର୍ମାଣଧୀନ ଅସ୍ତରଙ୍ଗ ନୂତନ ଥାନା ପଛ ପାର୍ଶ୍ଵରେ ପ୍ରଚଣ୍ଡ ବିସ୍ପୋରଣ ଘଟିଥିଲା। ବିସ୍ପୋରଣ ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଅସ୍ତରଙ୍ଗ ବଜାର ଚଳପ୍ରଚଳ ପ୍ରଚଳ କରୁଥିବା ଲୋକମାନେ ଭୟ ରେ ଆତଙ୍କିତ ହୋଇ ପଡ଼ିଥିଲେ। ତେବେ ଏହି ବିସ୍ଫୋରଣ ଘଟଣା ରେ କୌଣସି ବିଶେଷ କ୍ଷତିହୋଇନଥିବା ପୋଲିସ ସୂତ୍ରରୁ ଜଣାପଡିଛି। ପ୍ରଚଣ୍ଡ ଶବ୍ଦ ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଗତ ଅକ୍ଟୋବର ୨୮ ତାରିଖ ରେ ରେ ଅସ୍ତରଙ୍ଗ ଥାନା ବେଗୁନିଆବସ୍ତ ଗାଁରେ ବେଆଇନ ବାଣ ତିଆରି ହେଉଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ବହୁ ପରିମାଣ ର ବେଆଇନ ବାଣ ଜବତ କରି ଜଣେ ବାଣ ବ୍ୟବସାୟୀ ଙ୍କୁ ଗିରଫ କରିଥିଲା । ସେହି ଜବତ ବାଣ ଗୁଡ଼ିକୁ ଗୁଡିକୁ ନିଷ୍କ୍ରିୟ କରିବା ପାଇଁ ପୁରୀ ବମ୍ ସ୍କ୍ୱାର୍ଡ ,ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ଓ ଅସ୍ତରଙ୍ଗ ଥାନା ପୋଲିସ ମିଳିତ ଭାବେ କାର୍ଯ୍ୟରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟ କରାଯାଉଥିବା ବେଳେ ହଟାତ ବିସ୍ଫୋରଣ ଘଟିଥିଲା। ସୌଭାଗ୍ୟ କୁ ଏହି ବିସ୍ଫୋରଣ ରେ କୌଣସି କ୍ଷୟ କ୍ଷତି ଘଟିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ