ଜବରଦଖଲ ଉଚ୍ଛେଦ ନେଇ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଘଟଣାକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି. ଘଟଣା ଘଟିଛି ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ରେ। ଗତକାଲି ଦିନତମାମ ଏନେଇ ଚାପା ଉତ୍ତେଜନା ଲାଗି ରହିଥିଲା. ଗୋଷାଣି ବ୍ଲକର ରାଷ୍ଟ୍ରୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ତରଫରୁ ଗୋଟି ଗୋଟିଏ ସବ୍ ସେଣ୍ଟର ପାଇଁ ଟେଣ୍ଡର ଡକାଯାଇଥିଲା। ଗୋଷାଣି ପଞ୍ଚାୟତ ଅଧୀନର ବଡ଼ ଗୋଷାଣି ଗ୍ରାମ ନିକଟରେ ଥିବା ସରକାରୀ ଜାଗାକୁ ପାରଳାଖେମୁଣ୍ଡି ତହସିଲଦାର ଓ ଗୁରାଣ୍ଡି ପୁଲିସ ମିଳିତ ଉଦ୍ୟମରେ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଥିଲେ। ହେଲେ ବିଗତ ୩୦ବର୍ଷ ହେଲା ସେହି ଜାଗାରେ କେତେକ ବ୍ୟକ୍ତି ଜବରଦଖଲ କରି ରହିବା ସହ ଏବଂ ସରକାରୀ ଖଜଣା ମଧ୍ୟ ପୈଠ କରୁଥିଲେ. ତେଣୁ ସେମାନେ ଜବରଦଖଲ ଉଚ୍ଛେଦ ପାଇଁ କୌଣସି ନୋଟିସ କରାନଯାଇ ଗତକାଲି ହଟାତ ଉଛେଦ କାର୍ଯ୍ୟ ଆରମ୍ଭ କରିଥିବା ଯୋଗୁ ଲୋକେ ଏହାକୁ ଦୃଢ ବିରୋଧ କରିଥିଲେ. ଯଦ୍ୱାରା ଘଟଣା ନେଇ ଉତ୍ତେଜନା ଦେଖାଦେବା ସହ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ. ସେମାନେ କହିଥିଲେ କୌଣସି ଅବଗତ ନକରାଯାଇ ଆଜି ହଟାତ୍ ପୁଲିସ, ତହସିଲଦାର ଜେସିବି ମେସିନ୍ ଆଣି ଆମେ ହାତେଇଥିବା ଗାଈ ଗୁହାଳ ଭାଙ୍ଗିବାକୁ ବିରୋଧ କରିଥିଲେ। ତଥାପି ଗୁହାଳକୁ ଉଛେଦ କରାଯାଇଥିଲା. ଏଥିରେ ଗ୍ରାମବାସୀ ବାଧ୍ୟ ହୋଇ ଆନ୍ଦୋଳନ କରିଥିଲେ। ଶେଷରେ ବ୍ଲକ ଅଧ୍ଯକ୍ଷ ଏନ.ଭିର ରାଜୁ ପ୍ରଶାସନ ସହିତ କଥା ହେବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ