ଜବରଦଖଲ ଉଚ୍ଛେଦ ପାଇଁ ଅନୁଧ୍ୟାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ଭୋଇ ପାହାଡ ତଳି ଅଞ୍ଚଳର କିଛି ସ୍ଥାନ ଜବରଦଖଲ ହୋଇଥିବାକୁ ନେଇ ଏହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ ଉକ୍ତ ପାହାଡର ପାଦଦେଶ ତଥା ତଳି ଅଞ୍ଚଳକୁ କିଛି ଲୋକେ ଅକ୍ତିଆର କରି ବସବାସ ନିମନ୍ତେ ଝାଟିମାଟି ଘର ତୋଳିଛନ୍ତି । ଏହା ସହ ଏହି ସ୍ଥାନଟି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତରେ ଆସୁଥିବାବେଳେ ଅସାଧୁ ବ୍ୟକ୍ତିମାନେ ନିଜ ଅକ୍ତିଆରରେ ରଖିଥିବାର ଖବର ପାଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ପାଇଁ ନିରୀକ୍ଷଣ କରାଯାଇଥିଲା । ଏହି ନିରୀକ୍ଷଣ ବେଳେ ଉକ୍ତ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ହଟା ଯିବା ଏବଂ ଜାଗା ଚିହ୍ନଟ ମଧ୍ୟ କରାଯାଇଛି । ଏହି ନିରୀକ୍ଷଣ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ବନବିଭାଗର ଅଧିକାରୀ, ରାଜସ୍ୱ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ