ଜବର ଦଖଲ କୁ ଉଚ୍ଛେଦ ବେଳେ ପ୍ରଶାସନ ଦୋକାନୀ ମୁହାଁମୁହିଁ ଉଛେଦ କୁ ଅଟକାଇଲେ ବଣିକ ସଂଘ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଉସ୍ତ ଦିଗପହଣ୍ଡି ମୋହନା ଜାତୀୟ ରାଜପଥମୁଖ୍ୟରାସ୍ତା ୩୨୬ ସରକାରୀ ଜାଗା ରାସ୍ତା କଡ଼ ରେ ଗଢି ଉଠିଛି ଦୋକାନ ବଜାର ଉଛେଦ ପାଇଁ ଆଜି ସାନଖେମୁଣ୍ଡି ତହସିଲଦାର ତହସିଲ କର୍ମଚାରୀ ଙ୍କ ସମେତ ପୋଲିସ ଫୋର୍ସ ସହ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଔଉଈ ସହ ଡେଙ୍ଗ।ଉସ୍ତ। ବଜାର ଛକ ରେ ପହଂଚିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ।ସାନଖେମୁଣ୍ଡି ତହସିଲଦାର ଏବଂ ପାଟପୁର ପୋଲିସ ସରକାରୀ ଜମି ଉପରେ ଦଖଲ କରି ରାସ୍ତା ଉପରେ ଦୋକାନ ବଜାର ଠିଆ କରାଇଥିବା ଲୋକଙ୍କୁ ପୂର୍ବରୁ ନୋଟିସ କରିଥିବା କହିଥିଲେ ବି ଜବର ଦଖଲ କୁ ସଫଳ କରିପାରିନଥିବା ଦେଖିବାକୁ ମିଳିଛି ଉଚ୍ଛେଦ କରିବା କୁ ବଣିକ ସଂଘବନ୍ଦ କଲା ।ପ୍ରଶାସନ ସହ ସ୍ଥାନୀୟ ଲୋକ ଏବଂ ବଜାର କମିଟି ମଧ୍ୟରେ ଆଲୋଚନା ହୋଇଛି ଆସନ୍ତା ୧୦ ତାରିଖ ରେ ନିଜେ ଜବର ଦଖଲ କରିଥିବା ସମସ୍ତ ଜମି ଉପରୁ ଦୋକାନ ବଜାର ଖାଲି କରିବା ପାଇଁ ଆଲୋଚନା ହୋଇଥିବା ସୂଚନା,ସ୍ଥଗିତ ରହିଲା ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ।