“ଜବାନୀ ଜାନେମନ୍’ ଲାଗି ୧୧ କିଲୋ ଓଜନ କମ୍ କଲେ ସୈଫ୍, ଚର୍ଚ୍ଚାରେ ଲୁକ୍

ମୁମ୍ବାଇ: ନିଜକୁ ଫିଟ୍ ରଖିବା ଲାଗି ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ବିଶେଷକରି ଶର୍କରା ଜାତୀୟ ଖାଦ୍ୟଠାରୁ ଦୂରରେ ରହିଥାନ୍ତି । ହେଲେ ଚଳଚ୍ଚିତ୍ରରେ ଆବଶ୍ୟକତା ପଡ଼ିଲେ ସେମାନେ ଖାଦ୍ୟ ଖାଇ ନିଜକୁ ମୋଟା କରିଥାନ୍ତି । ପ୍ରଥମେ ଅଭିନେତ୍ରୀ ଭୂମି ପେଡନେକରଙ୍କ ଚଳଚ୍ଚିତ୍ର “ଦମ୍ ଲଗାକେ ହେଇସା’ ବେଳର ଲୁକ୍ ଏବଂ ଏବେର ଲୁକ ଭିତରେ ଅନେକ ତଫାତ ରହିଛି । ସେହିଭଳି ଏବେ ଚର୍ଚ୍ଚାର ଶିରାନାମାରେ ଅଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ।
ନିକଟରେ ସୈଫ୍ଙ୍କ ଫିଲ୍ମ “ଲାଲ୍ କପ୍ତାନ’ ରିଲିଜ ହୋଇଛି । ଏଥିରେ ତାଙ୍କୁ ଭୟଙ୍କର ନାଗା ସାଧୁ ରୂପରେ ଦେଖିବାକୁ ମିଳିଛି । ଚରିତ୍ରରେ ନିଜକୁ ଢ଼ାଳିବା ଲାଗି ସୈଫ ଓଜନ ସହ ନିଜର ଦାଢ଼ୀ ବଢ଼ାଇଥିଲେ । ତେବେ ଏବେ ସୈଫ୍ କିଛି ଅଲଗା ରୂପରେ ନଜର ଆସିଛନ୍ତି । ସେ ଏବେ ଆଗାମୀ ସିନେମା “ଜବାନୀ ଜାନେମନ୍’ର ଶୁଟିଂରେ ବ୍ୟସ୍ତ । ତେବେ ଏଥିପାଇଁ ସେ ୧୧ କିଲା ଓଜନ କମାଇଛନ୍ତି । ଏଥିସହ ନିଶ ଏବଂ ଦାଢ଼ୀ କାଟିଛନ୍ତି ।
ସୈଫ୍ଙ୍କ ଅନ୍ୟ ଚଳଚ୍ଚିତ୍ର ବିଷୟରେ ଯଦି କଥା ହେବା, ତେବେ ସେ ଭୂତ ପାଲିସ, ନାନାଜି: ଦ ଅନସଙ୍ଗ ୱାରିଅରରେ ନଜର ଆସିବେ । ପୂର୍ବରୁ ତାଙ୍କୁ ସିକ୍ରେଡ୍ ଗେମସ୍ ୱେବ୍ ସିରିଜରେ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ