ଜମଧର ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମ ପଞ୍ଚାୟତରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସୋମବାର ସରପଞ୍ଚ ରାଜକିଶୋର ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମଡର୍ଣ୍ଣ ଆଇ କେୟାର ଆଣ୍ଡ୍ ସୁପର ସ୍ପେସିଆଲିଟି କ୍ଲିନିକ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା । ଜମଧର ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକର ଗରିବ ତଥା ଅସହାୟ ଶ୍ରେଣୀର ଲୋକମାନେ ଉନ୍ନତମାନର ଚକ୍ଷୁ ଚିକିତ୍ସା ସେବା ପାଇବାରୁ ବଞ୍ôଚତ ହେଉଥିଲେ । ନବନିର୍ବାଚିତ ସରପଞ୍ଚଶ୍ରୀ ଖୁଣ୍ଟିଆଙ୍କ ଉଦ୍ୟମରେ ମଡର୍ଣ୍ଣ ଆଇ କେୟାର କ୍ଲିନିକର ସହାୟତାରେ ସୋମବାର ଏହି ଶିବିରଟି ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ୯୪ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସମିତି ସଭ୍ୟ ଦେବାଶିଷ ଦାସ, ସୁଧାଂଶୁ ଶେଖର ଜେନା, ଅଶୋକ ଦାସ, ଅଭିମନ୍ୟୁ ମହାନ୍ତି, ଅଜିତ ଦାସ, କରଣ କୁମାର ବେହେରା, ହେମନ୍ତ ସେଠୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।


