ଜମଧର ପଞ୍ଚାୟତର ସମିତିସଭ୍ୟା ଭାବେ ମିତା ସାମଲଙ୍କ ପ୍ରାର୍ଥୀପତ୍ର ଦାଖଲ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଯୁବନେତା ସୁଧିର କୁମାର ସାମଲଙ୍କ ଧର୍ମପତ୍ନୀ ମିତା ସାମଲ ଗୁରୁବାର ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ବନ୍ଦନା ଖଟୁଆଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀନୀ ଶ୍ରୀମତୀ ସାମଲ ପଞ୍ଚାୟତର ବିକାଶ ଓ ଜନତାଙ୍କ ସେବା ପାଇଁ କାର୍ଯ୍ୟ କରିବାକୁ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କହିଛନ୍ତି ।