ଜମଧର ବାଙ୍କବନ୍ଧ ଛକରେ ବର୍ଷା ପାଣି ଭିତରେ ଅସହାୟା ମହିଳା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ବାଙ୍କବନ୍ଧ ଛକ ନିକଟରେ ଏକ ଭଙ୍ଗାଘର ଭିତରେ ବାସ କରୁଛନ୍ତି ଜଣେ ଅସହାୟା ମହିଳା । ୨/୩ଦିନ ହେବ ଲଗାତର ବର୍ଷାରେ ଘର ଭିତରେ ପାଣି ପଶି ରହିଥିବା ବେଳେ ଅତ୍ୟନ୍ତ ଦୁସ୍ଥିତି ଓ ଅସୁବିଧା ଭିତରେ ସେହି ଘର ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି ଅସହାୟ ବୟସ୍କା ମହିଳା ଲକ୍ଷ୍ମୀପ୍ରିୟା ଦାସ । ଘରେ ପାଣି ଆଣ୍ଠୁଏ ରହିଥିବା ବେଳେ ଏକ ଭଙ୍ଗା ଖଟ ଉପରେ ନିଜ ଜୀବନର ସଂଗ୍ରାମକୁ ଜାରି ରଖିଛନ୍ତି ସେ । ଗ୍ରାମପଂଚାୟତ କିମ୍ବା ସରପଂଚ ସବୁ ଜାଣିବି ନଜାଣିବାର ଅଭିନୟ କରିଚାଲିଛନ୍ତି । ତୁରନ୍ତ ପ୍ରଶାସନ ସଂପୃକ୍ତ ଅସହାୟା ମହିଳାଙ୍କୁ ସହଯୋଗ ଓ ସହାୟତାର ହାତ ବଢାଇବାକୁ ସାଧାରଣରେ ଦୃଢ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ