ଜମନକିରା ରେ ବଢୁଛି ଭିକ୍ଷା ବୃତ୍ତି ଓ ଶିଶୁ ଶ୍ରମିକ
ସମ୍ବଲପୁର, (ଲିପନ ନାଏକ):ମହିଳା ସଶକ୍ତ ହେଲେ ଓଡିଶା ସଶକ୍ତ ହେବ ଓ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଙ୍କ ଅନେକ ଯୋଜନା ରହିଛି କିନ୍ତୁ ଯଦି ଜଣେ ମହିଳା ବଞ୍ଚିବାକୁ ନିଜ କୋମଳମତି ଶିଶୁକୁ ଧରି ଭିକ୍ଷା ବୃତ୍ତି କରେ ତା ହେଲେ ଏହାକୁ ସଶକ୍ତ ମହିଳା ନାଁ ଶକ୍ତି ମହିଳା କହିବା। ଏଭଳି ଏକ ଦୃଶ୍ୟ ବର୍ତମାନ ଜମନକିରା ସଦର ମହକୁମାରେ ଦେଖିବାକୁ ମିଳିଛି। ଜମନକିରା ସଦର ମହକୁମାରେ ଏକ ମହିଳା ନିଜ କୋମଳମତି ଶିଶୁ କୁ ଖାଁକରେ ଧରି ଦୋକାନ ଦୋକାନ ବୁଲି ଭିକ୍ଷା ମାଙ୍ଗୁଥିବା ନଜରକୁ ଆସୁଛି। ଜମନକିରା ରେ ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟାଳୟ ଥିବା ସତ୍ୱେ ଏଭଳି କରୁଣା ଦୃଶ୍ୟ ଏହି ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ଖାଲି ଏହି କାର୍ଯ୍ୟାଳୟ ନୁହେଁ ଏହା ବ୍ୟତୀତ ଜମନକିରା ରେ ଅନେକ ଏନ.ଜି.ଓ ଶିଶୁ ସୁରକ୍ଷା ନାଁ ରେ ସରକାର ଙ୍କ ରାଜସ୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ଦର୍ଶାଉଛନ୍ତି। ଏପରିକି ଜମନକିରା ସଦର ମହକୁମା ଅଧିନସ୍ଥ ଅନେକ ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମଧ୍ୟ ନଜରକୁ ଆସୁଛି। ଏପରିକି ବିଭିନ୍ନ ସମୟରେ ଜିଲ୍ଲା ଶିଶୁ ଶ୍ରମିକ କାର୍ଯ୍ୟାଳୟ ପକ୍ଷରୁ ଏମାନଙ୍କୁ ଉଦ୍ଧାର କରାଯାଇଛି କିନ୍ତୁ ଏକ ନୀରିଦ୍ଧିଷ୍ଟ ଏନ.ଜି.ଓ ପୁଣି ଏହି ଶିଶୁଙ୍କୁ ନିଜ ଦାଇତ୍ୱ ରେ ଜିଲ୍ଲା ଶିଶୁ ଶ୍ରମିକ କାର୍ଯ୍ୟାଳୟରୁ ଆଣି ପୁନର୍ବାର ତାଙ୍କୁ ତାଙ୍କ ଘରେ ଛାଡ଼ି ଦେଉଛି ଯାହା ଫଳରେ ଉକ୍ତ ଶିଶୁ ମାନେ ପୁନର୍ବାର ଶିଶୁ ଶ୍ରମିକ ଭାବେ ଅନ୍ୟ ସ୍ଥାନରେ ନିୟୋଜିତ ହେଉଛନ୍ତି। ଏଣୁକରି ଜିଲ୍ଲା ପ୍ରଶାସନ ଏଥିପ୍ରତି ଉଚିତ ପଦକ୍ଷେଫ ନେଲେ ଜମନକିରା ରେ ଭିକ୍ଷା ବୃତ୍ତି ସହିତ ଶିଶୁ ଶ୍ରମିକ ବନ୍ଦ ହୋଇପାରିବ।