ଜମନକିରା ରେ ଯୁଗ୍ମ ଅଭିଯୋଗ ଶୁଣାଣି
ଜମନକିରା, (ଲିପନ ନାଏକ):ଜମନକିରା ବ୍ଲକ ସମିତି କକ୍ଷ ଠାରେ ସମ୍ବଲପୁର ଜିଲ୍ଲା ପାଳ ଓ ଏସ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜମନକିରା ବ୍ଲକ ଅନ୍ତର୍ଗତ ୨୧ ଗୋଟି ପଞ୍ଚାୟତ ରୁ ସର୍ବ ମୋଟ ୫୩ ଗୋଟି ଅଭିଯୋଗ ର ଶୁଣାଣି ଜିଲ୍ଲା ପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଏବଂ ଏସ ପି ଶ୍ରୀ ମୁକେଶ କୁମାର ଭାମୂ ଉପସ୍ଥିତ ରହି ଜନ ସାଧାରଣ ଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗ ଶୁଣାଣି ରେ ଗୋଷ୍ଟି ଗତ ୨୫ଟି ଏବଂ ବ୍ୟକ୍ତିଗତ ୨୮ଟି ଅଭିଯୋଗ ଶୁଣାଣି ହୋଇଥିଲା। ଜମନକିରା ବ୍ଲକ ବି ଏସ ଏସ ଓ ଙ୍କ ପକ୍ଷରୁ ୨ଟି ଟ୍ରାଏ ସାଇକଲ ପ୍ରଦାନ କରାଯାଇଥିଲା। ଅଭିଯୋଗ ଶୁଣାଣି ରେ ବିଭିନ୍ନ ବିଭାଗ, ଏନଜିଓ ଏବଂ ଏସ. ଏଚ. ଜି ପକ୍ଷରୁ ସ୍ଥଳ ଲଗାଯାଇଥିଲା। ଅଭିଯୋଗ ଶୁଣାଣି ରେ ସମ୍ବଲପୁର ଜିଲ୍ଲା ପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ସମ୍ବଲପୁର ଏସ.ପି ଶ୍ରୀ ମୁକେଶ କୁମାର ଭାମୂ, ସମ୍ବଲପୁର ପି. ଡ଼ି ପ୍ରସନ୍ନ ପତ୍ର, କୁଚିଣ୍ଡା ଉପ ଜିଲ୍ଲା ପାଳ ଗୌରବମୟ ପ୍ରଧାନ, କୁଚିଣ୍ଡା ଆଇ ଟି ଡ଼ି ଏ ଅଧିକାରୀ ହେମସାଗର ଭୋଇ, କୁଚିଣ୍ଡା ଏସ ଡ଼ି ପି ଓ ଅମିତାଭ ପଣ୍ଡା, ଜମନକିରା ତହସିଲଦାର ହରେକୃଷ୍ଣ ବରିହା, ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।