ଜମରା ଗ୍ରାମରେ ଭାଗବତ ଜନ୍ମୋତ୍ସଵ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଅଧିନ ଜମରା ଗ୍ରାମରେ ଭାଗବତ ଜନ୍ମୋତ୍ସଵ ନିରାଡ଼ମ୍ବର ବୁଧବାର ପୂର୍ବାହ୍ନରେ ଭାବେ ପାଳିତ ହୋଇଯାଇଛି। ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ଅସ୍ମିତାର କଥାକହେ ଭାଗବତ ଟୁଙ୍ଗି, ଭାଗବତ ପଠନ ଓ ଶ୍ରବଣ ଦ୍ୱାରା ମନୁଷ୍ୟ ମାନସିକ ଓ ଶାରୀରିକ ଭାବେ ନିଜର ବିକାଶ କରି ସମାଜ ପାଇଁ ନୂଆ ବାର୍ତା ଆଣେ। ଏହା ଦ୍ୱାରା ସମାଜର ସୁସ୍ଥ ବାତାବରଣ ତିଆରି ହୁଏ। ଏନେଇ କାହିଁ କେଉଁ କାଳରୁ ଓଡ଼ିଶାର ପୁରପଲ୍ଲୀରେ ଭାଗବତ ଟୁଙ୍ଗି ମାନ ଗଢି ଉଠି ସନ୍ଧ୍ୟାରେ ଭାଗବତ ପଠନ ଓ ଶ୍ରବଣ କରାଯାଉଅଛି। ବୁଧବାର ଇନ୍ଦ୍ରପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମୋତ୍ସଵ ପାଳନ ପୂର୍ବକ ଭାଗବତ ଅଧ୍ୟୟନର ବଢ଼ା ଯାଇଥାଏ।ଏହି ଅବସରରେ ପୁରୀ ଜିଲ୍ଲା ସଂସ୍କୃତି ବିଭାଗ ଅନୁମୋଦିତ ଜମରା ଗ୍ରାମର ମାଦୁଲ୍ଲାଦେଇ ଭାଗବତ ଟୁଙ୍ଗି ପକ୍ଷରୁ ଭାଗବତ ବଢ଼ା ଓ ଭାଗବତ ଜନ୍ମୋତ୍ସଵ ପାଳିତ ହୋଇଯାଇଛି। ଗ୍ରାମର ସଭାପତି ଜଗବନ୍ଧୁ ବିଶ୍ବାଳଙ୍କ ତତ୍ୱବଧାନରେ ପାଳିତ ଏହି ଉତ୍ସବରେ ପୁରୋହିତ ଓ ପୂଜାରୀଙ୍କ ଦ୍ୱାରା ଠାକୁରଙ୍କ ନୀତି, ହୋମ କର୍ମ ଓ ଭୋଗ ଆଦି କରାଯାଇ ପୂଜା କରିବା ସହ ଭାଗବତ ଅଧ୍ୟୟନ କରାଯାଇ ବଢ଼ା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୂଜା ପଣ୍ଡା କବି ପାଢୀ, ପବିତ୍ର ବିଶ୍ୱାଳ, ସୁରେଶ ଖଟୋଇ, ବିଜୟ ଖଟୋଇ, ନରହରି ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ , ବିଦ୍ୟାଧର ବିଶ୍ୱାଳ ଓ ଭାଗବତ ଟୁଙ୍ଗି ସଂଯୋଜକ ଜ୍ଞାନ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ