ଜମିକୁ ଅନୁଧ୍ୟାନ କଲେ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ

ଛତ୍ରପୁର,: ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ବୁଧବାର ଗଞ୍ଜାମ ଗସ୍ତ କରି ସ୍ୱଳ୍ପ ମୂଲ୍ୟ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ଛତ୍ରପୁର ତହସିଲ ଅନ୍ତର୍ଗତ ରଘୁନାଥପୁର ମୌଜାର ଏକ ଜମିକୁ ନିରୀକ୍ଷଣ କରିଛନ୍ତି । ଏହି ମୌଜାରେ ଥିବା ଜମି ପ୍ରକଳ୍ପ ନିମନ୍ତେ ଉପଯୁକ୍ତ କି ନୁହଁ ତାହା ଉପରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଦୀର୍ଘ ସମୟ ଧରି ଅନୁଧ୍ୟାନ କରିଥିଲେ । ଏହାପରେ ସେ ଏହି ସମ୍ବନ୍ଧରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହିତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଆଲୋଚନା କରିଥିଲେ । ରାଜ୍ୟ ଗୃହ ନିର୍ମାଣ ନିଗମ ଦ୍ୱାରା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏବଂ ଆମ୍ବପୁଆ ଠାରେ ପ୍ରକଳ୍ପ ନିର୍ମାଣ କରାଯାଇ ସ୍ୱଳ୍ପ ମୂଲ୍ୟରେ ଗୃହ ନିର୍ମାଣ କରି ଲୋକଙ୍କୁ ହସ୍ତାନ୍ତର ହୋଇଛି । ସେହି ଅଞ୍ଚଳକୁ ମଧ୍ୟ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଶ୍ରୀ ମିଶ୍ର ପରିଦର୍ଶନ କରିଥିଲେ । ଶ୍ରୀ ମିଶ୍ରଙ୍କ ଜମି ତଦାରଖ ବେଳେ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ନରେନ୍ଦ୍ର୍ପୁର ସରପଞ୍ଚ ବାବୁଲା କୁମାର ବେହେରା, ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ଜଗନ୍ନାଥପୁର ଗ୍ରାମବାସୀ ଏବଂ ସ୍ୱୟଂ ସହାୟକିା ମହିଳା ଗୋଷ୍ଠୀର ସଦସ୍ୱ୍ୟମାନେ ଉପସ୍ଥିତ ଥିଲେ । ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଶ୍ରୀ ମିଶ୍ର ଆଜି ପ୍ରଥମେ ସର୍କିଟ ଗୃହ ଠାରେ ପହଞ୍ଚିବାପରେ ମାଣ୍ଡିଆପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିରକୁ ଦର୍ଶନ ପାଇଁ ବାହାରିଥିଲେ । ପରେ ରଘୁନାଥପୁର ମୌଜାର ଜମିକୁ ଅନୁଧ୍ୟାନ କରିଥିଲେ । ଏହି ସମୟରେ ନରେନ୍ଦ୍ରପୁର ପଞ୍ଚାୟତ ପ୍ରତିନିଧି ଏବଂ ଜଗନ୍ନାଥପୁର ଗ୍ରାମର ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଶ୍ରୀ ମିଶ୍ରଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ