ଜମିକୁ ଚଞ୍ଚକତା କରି ପଟ୍ଟା କରିନେବାର ବିରୋଧ କରିଛି ସିପିଆଇଏମ

ଟାଙ୍ଗୀ/ଚୌଦ୍ୱାର, (ଦୀପକ କୁମାର ବେଉରା):ଜିଲ୍ଲା ଭଟିମୁଣ୍ଡା ପଂଚାୟତ ସାରଙ୍ଗା ମୌଜା ର ଆରାଧ୍ୟ ଦେବତା ଗୋପାଳଜୀଉ ଙ୍କ ନାମରେ ଥିବା୨୧ ଏକର ଜମିକୁ ଚଞ୍ଚକତା କରି ପଟ୍ଟା କରିନେବାର ବିରୋଧ କରିଛି ସିପିଆଇଏମ । ଦଳ ପକ୍ଷରୁ ବୁଧବାର ସାରଙ୍ଗା ଗ୍ରାମ ନିକଟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଗ୍ରାମରେ ଥିବା ଗୋପାଳଜୀଉ ଠାକୁରଙ୍କ ୨୧ଏକର ସମ୍ପତ୍ତି କୁ ଏହାର ମାରଫତଦାରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବିଚିତ୍ରନନ୍ଦ ଦାସ ଚଞ୍ଚକତା କରି ଦାଖଲଖାରଜ କେସ ନ ୪୧୫୯/୨୦୧୮ମୁତାବକ ଖାତା ନ ୧୦୩କୁ ନିଜ ନାମରେ କରାଇନେଇଛନ୍ତି । ଏ ବିଷୟରେ ଅବଗତ ହେବା ପରେ ଗ୍ରାମବାସୀ ମାନେ କଟକ ଜିଲ୍ଲାପାଳ, ସଦର ଉପଜିଲାପାଳ, ଟାଙ୍ଗୀ ଚୌଦ୍ୱାର ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ତୁରନ୍ତ ପ୍ରସାଶନ ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଡମ୍ବରୁଧର ସାହୁ ,ମଳୟ କୁମାର ପୃଷ୍ଠି,ଗଗନ ସାହୁ,ମହେନ୍ଦ୍ର ବେହେରା,ପ୍ରକାଶ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ