ଜମିଜମାକୁ କେନ୍ଦ୍ର କରି ବଡବାପାକୁ ହତ୍ୟାକଲା ପୁତୁରା 

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପାରିବାରିକ ହିଂସାକୁ ନେଇ ବର୍ତ୍ତମାନ ହତ୍ୟାକାଣ୍ଡ ବଢୁଥିବା ଜଣାପଡୁଛି। ଜମିଜମା ଘଟଣାକୁ କେନ୍ଦ୍ର କରି ପୋଲସରା ଥାନା ଅନ୍ତର୍ଗତ ଖଇରଛଟା ଗ୍ରାମରେ ପୁତୁରାର ଆକ୍ରମଣରେ ବଡବାପାର ମୃତ୍ୟୁ ଘଟିଛି। ଗୋଟିଏ ପରିବାରର ପରିବାର ମଧ୍ୟରେ ସଂଘର୍ଷ ଘଟି ଭଗବାନ ନାହାକ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡିଛି । ଅଭିଯୋଗ ପ୍ରକାରେ, ଖଇରଛଟା ଗ୍ରାମର ଭଗବାନ ନାହାକ ବଡବାପାଙ୍କୁ ପୁତୁରା ସନ୍ତୋଷ ନାହାକ ଖଳା ଜମିଜମା ଘଟଣାକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ ଉଭୟ ମଧ୍ୟରେ ବାକବିତଣ୍ଡା ହୋଇଥିଲା। ପରେ ଏହା ଉଗ୍ର ହୋଇ ପୁତୁରା ସନ୍ତୋଷ ନାହାକ ମଝିଆ ବାପା ଭଗବାନ ନାହାକଙ୍କୁ ହଠାତ୍ ଠେଙ୍ଗା ଓ ହାତରେ ଲଗେଇ ଥିବା ବଳା ସାହାଯ୍ୟରେ ଆକ୍ରମଣ କରିଥିଲେ । ଭଗବାନଙ୍କ ପୁଅ ରାଜୀବ ନାହାକ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣର ଶିକାର ହୋଇ ଭଗବାନ ନାହାକ ତଳେ ପଡ଼ି ଯାଇଥିଲେ । ପରିବାର ଲୋକେ ଆହତ ଭଗବାନଙ୍କୁ ପୋଲସରା ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ଆଣିଥିଲେ । ହେଲେ ଡାକ୍ତର ଭଗବାନ ନାହାକଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲସରା ପୋଲିସ ମେଡ଼ିକାଲରେ ପହଞ୍ଚି ମର ଶରୀର ଜବତ କରିଥିଲେ। ମୃତ ଭଗବାନଙ୍କ ପୁଅ ରାଜୀବ ନାହାକଙ୍କ ଏତଲା ପ୍ରକାରେ ପୋଲସରା ପୋଲିସ ଥାନା କେଶ ନମ୍ବର ୧୪୬/୨୨ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ଶବ ବ୍ୟବଛେଦ ପରେ ହିଁ ମୃତ୍ୟୁର ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ