ଜମିଜମା ବିବାଦକୁ କେନ୍ଦ୍ର କରି  ଅଘଟଣ; ଘର ଭାଙ୍ଗି ଧାନ, ଚାଉଳ ଓ ଟଙ୍କା ଲୁଟ୍ ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ର ସିର୍କାବର୍ଗ ପଞ୍ଚାୟତ ମାଣିକେଯାଡ଼ି ଗ୍ରାମରେ ଏକ ଜମିଜମା ବିବାଦ କାରଣରୁ ଘଟିଛି ଏକ ଅଭାବନିୟ ଘଟଣା। ଜୈନକ ବ୍ୟକ୍ତିଙ୍କର ଘରକୁ ଭାଙ୍ଗିଦେବା ସହିତ ଘରେ ଥିବା ଆସବାବପତ୍ର ଏବଂ ଧାନ,ଚାଉଳ ଓ ନଗଦ ଟଙ୍କା ଲୁଟ ହୋଇଥିବା ନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଭାବରେ ଅଭିଯୋଗ  ହୋଇଛି। ଏନେଇ ଦାରିଙ୍ଗବାଡ଼ି ଥାନାରେ କେସନଂ ୧୨୩/୨୦ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି। ଥାନାରେ ହୋଇଥିବା ଏତଲା ମୁତାବକ ମାଣିକ ଯୋଡ଼ି ଗ୍ରାମର ଶୁକଦେବ ପ୍ରଧାନ ନାମକ ବ୍ୟକ୍ତି ଏକ ଅନାବାଦୀ ପଦର ଜମିରେ ଧାନ, ମାଣ୍ଡିଆ ଇତ୍ୟାଦି ଚାଷବାସ କରିବା ସହିତ ବହୁବର୍ଷ ହେବ ଏକ ଛୋଟ ଘର କରି ରହିଆସୁଥିଲେ। ତେବେ ଗତ ୧୦ତାରିଖ ଦିନ ଶୁକଦେବ ଚାଷ କରିଥିବା ଧାନକୁ କାଟି ଘରେ ରଖିଥିବା ବେଳେ ସେହି ସମୟରେ ୫୦ରୁ୬୦ଜଣ ବ୍ୟକ୍ତି ନିଜ ହାତରେ ଟାଙ୍ଗିଆ,ବନ୍ଧୁକ, କୁରାଢ଼ୀ ଭଳି ମାରଣାସ୍ତ୍ର ଧରି ଅଚାନକ ଶୁକଦେବଙ୍କ ଘରକୁ ଆସି ଘରେ ଥିବା ଧାନ,ଚାଉଳ,ମାଣ୍ଡିଆ ଏବଂ ନଗଦ ୨୦ହଜାର ଟଙ୍କା ସହିତ ୨ଟି ସୋଲାର ପ୍ଲେଟ ଓ ୨ଟି ବ୍ୟାଟେରୀ ଲୁଟିନେଇଥିବା ବେଳେ ତାଙ୍କର ଘରଟିକୁ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗିଦେଇ ମାଟିରେ ମିଶାଇ ଦେଇଛନ୍ତି। ଏନେଇ ଶୁକଦେବ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିବା ବେଳେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବିବାଦୀୟ ଜମି ଟି କାହା ନାମରେ ନଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶୁକଦେବଙ୍କ ଘର ଭାଙ୍ଗିଦେବା ଯୋଗୁଁ ବର୍ତମାନ ତାଙ୍କ ପରିବାର ଏକ ଗଛ ମୂଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣ ଯୋଗୁଁ ଓ କେଉଁମାନେ ଏଭଳି କରିଛନ୍ତି ତାହା ଜଣାପଡ଼ିନଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ