ଜମିଜମା ବିବାଦକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଦିନକୁ ଦିନ ମୋହନା ବ୍ଲକରେ ଜମିଜମା ଓ ସରକାରୀ ଜାଗାକୁ ଜବରଦଖଲ କରିବାକୁ ନେଇ ବାଦ ବିବାଦ ଉପୁଜି ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିବାରେ ଲାଗିଛି । ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ ଜମି ଚିହ୍ନଟ ହୋଇପାରୁନି କି ବାଦ ବିବାଦର ସମାଧାନ ପାଇଁ ରାସ୍ତା ଫିଟି ପାରୁନି । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉଗ୍ରରୂପ ଧାରଣ ହେବାରେ ଲାଗିଛି। ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡାପଦା ଓ ବାଘମାରୀ ପଞ୍ଚାୟତ ଅଧିନ ବିଜିପୁର  ଗ୍ରାମବାସୀଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇ ଶେଷରେ ଧାରୁଆ ଅସ୍ତରେ ହଣାହଣି ପର୍ଯ୍ୟନ୍ତ କଥା ଯାଇଛି । ଯାହାଫଳରେ ଉଭୟ ଗୋଷ୍ଠୀଙ୍କ ସଂଘର୍ଷରେ ୨୨ଜଣ ଖଣ୍ଡିଆ ଖାବରା ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାହାଡାପଦା ଗ୍ରାମର କନ୍ଧୁଣି ମହାଙ୍କୁଡ(୫୫), ଶ୍ରୀମତୀ ଗୌଡ (୪୨) , ତାରିଣୀ ଦଳେଇ(୪୫) ,ମାଣିକ କାର୍ଯୀ ଆହତ ହୋଇଥିବା ବେଳେ ବିଜିପୁର ଗ୍ରାମର ଜିବୀନା ବୀର (୫୦) , ଅନୁରି ଲିମା (୪୮), ମାଥ୍ୟୁ ବୀର, ସୃଷ୍ଟି ବୀର, ସିରିଏଲ ସିଂ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଗୁରୁତର ଆହତ ମାନଙ୍କର ମୁଣ୍ଡ, ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଉଭୟ ଗୋଷ୍ଠୀର ୧୭ ଜଣ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଲ୍ଲାସ ରାଉତ, ଡା.ଜୟଜ୍ୟୋତି ବିଶ୍ଵାଳ, ଡା.ଏନ.ଜୟପ୍ରକାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ରେ ଚିକିସ୍ଥିତ ହେଉଛନ୍ତି। ଫାର୍ମାଶିଷ୍ଟ ରଘୁ ନାଥ ବେହେରା ,ଷ୍ଟାପନର୍ସ ଓ କର୍ମଚାରୀ ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରୁଛନ୍ତି।  ସୂଚନା ଯୋଗ୍ୟ, ବାଘମାରୀ ପଞ୍ଚାୟତ ଅଧିନ ଶିକୁଳିପଦର ଗାଁର ଖ୍ରୀଷ୍ଟିଆନ ସାହି ମଧ୍ୟରେ ଗତ କିଛି ବର୍ଷ ପୂର୍ବେ ଗଣ୍ଡଗୋଳ ହେବାରୁ ଗୋଟିଏ ସାହିର ଲୋକମାନେ ବାହାଡାପଦା ଗ୍ରାମ ଲୋକଙ୍କ ଜାଗା (ବିଜିପୁର) ଠାରେ ଘର କରି ରହିବା ପାଇଁ ଅନୁରୋଧ କରିବାରୁ ଗ୍ରାମବାସୀ କିଛି ଜାଗା ସେମାନଙ୍କୁ ଦେଇଥିଲେ। କିନ୍ତୁ ପ୍ରତ୍ୟେକ ବର୍ଷ ବାହାଡାପଦା ଲୋକଙ୍କ ଜମି ବିଜିପୁରର ଖ୍ରୀଷ୍ଟିଆନ ଲୋକେ ଅଧିକ ଜମି ଅକ୍ତିଆର କରିବାରେ ଲାଗିଲେ। ଏ ସଂପର୍କରେ ବାହାଡ଼ାପଦା ଗ୍ରାମବାସୀ ପୂର୍ବରୁ ତହସିଲଦାରଙ୍କୁ ଓ ଥାନାକୁ ଲିଖିତ ଅଭିଯୋଗ  କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିବା କହିଛନ୍ତି । ପ୍ରକାଶ ଥାଉ କି , ରବିବାର ପୂର୍ବାହ୍ନରେ ବାହାଡ଼ାପଦା ଗ୍ରାମର କିଛି ଆଦିବାସୀ ଲୋକ ନିଜ ଜମିକୁ ଚାଷ କରିବା ପାଇଁ ଯାଇଥିବା ବେଳେ ବିଜିପୁର ଗାଁର ପାଣଖ୍ରୀଷ୍ଟିଆନ ଲୋକେ ସେମାନଙ୍କ ଉପରେ ଅସ୍ତ୍ରରେ ଆତର୍କିତ ଭାବେ ଆକ୍ରମଣ କରିଥିଲେ । ଯାହାଫଳରେ ଉଭୟ ଗୋଷ୍ଠୀର ବହୁ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ