ଜମିବାଡ଼ି ବିବାଦରୁ ଗଣ୍ଡଗୋଳ ଘଟି ୬ଜଣଙ୍କ ନାମରେ ମାମଲା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଷୋଳମପୁର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ ଗଣ୍ଡଗୋଳ ଘଟିଥିବା ଜଣାପଡିଛି। ବିବାଦ ପୂର୍ବରୁ ଥିବାବେଳେ ଆଜି ଏହା ଗଣ୍ଡଗୋଳର ରୂପ ନେଇଥିଲା। ଏଥିରେ ଦୁଇଜଣ ଆହତ ହୋଇ ଯାଜପୁର ଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଉକ୍ତ ଘଟଣାଙ୍କୁ ନେଇ ଝାନସୀ ଲତା ଘଡେଇଙ୍କ ଅଭିଯୋଗ ମୂଳେ ଥାନା ପକ୍ଷରୁ ୧୮୮/୨୦ରେ ତିନି ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେହିଭଳି ଗୀତାଞ୍ଜଳି ଘଡେଇଙ୍କ ଅଭିଯୋଗକୁ ଭିତ୍ତି କରି ଅନ୍ୟ ତିନି ଜଣଙ୍କ ନାମରେ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି। ଖବର ଲେଖା ହେବା ଯାଏଁ କେହି ଗିରଫ ହୋଇନଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।


