ଜମିବାଡିକୁ କେନ୍ଦ୍ର କରି ଦୁଇ ଝିଆରୀଙ୍କୁ ଆକ୍ରମଣ: ନ୍ୟାୟ ପାଇଁ ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ଦୁଇ ପରିବାରର ଜମିଜମା ମାମଲା ନେଇ ବଡବାପାଙ୍କ ପରିବାର ତରଫରୁ ଦୁଇ ଝିଆରୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ ମାମଲା ନେଇ ନ୍ୟାୟ ପାଇଁ ଦୁଇ ମହିଳା ୨୫/୦୫/୨୦୨୦ ତାରିଖ ଦିନ ଏସଡିପିଓଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶ ଥାଉକି ଜାମଦା ଥାନା ଅନ୍ତର୍ଗତ ବାନ୍ଦୁଦୁମା ଗ୍ରାମର ହେଂଚ ପିଙ୍ଗୁଆ (୬୫) ପରିବାରର ନିଜ ସାନଭାଇ ବଡ ପିଙ୍ଗୁଆର ଦୁଇ ଝିଅ ସାଙ୍ଖି ପିଙ୍ଗୁଆ(୩୦) ଏବଂ ଦଶମାସ ପୂର୍ତ୍ତି(୨୪)ଙ୍କ ସହ ଜମିବାଡ଼ି ସମ୍ପର୍କିତ ଗଣ୍ଡଗୋଳ ଚାଲିଥିଲା । କିଛି ଦିନ ତଳେ ଗ୍ରାମର ଲୋକମାନଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ହୋଇଥିଲା । ସେଠାରେ ସର୍ବସମ୍ମତିକ୍ରମେ ଦୁଇ ଝିଆରୀ ସେମାନଙ୍କ ଜମି ଉପରେ ଦଖଲ କରି ଚାଷ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।ବୈଠକ ସରିଲା ପରେ ଦୁଇ ଭଉଣୀ ଘରକୁ ଫେରୁଥିବା ରାସ୍ତାରେ ଗାଁ ଆଖଡ଼ା ଛକରେ ବଡବାପା ହେଂଚ ପିଙ୍ଗୁଆ ସମେତ ତାଙ୍କ ପରିବାରର ଲୋକେ ପାଂଚ ପିଙ୍ଗୁଆ,(୩୫),ଚିଙ୍ଗି ପିଙ୍ଗୁଆ(୩୫),ମାନା ପିଙ୍ଗୁଆ(୪୦)ଓ ଚନ୍ଦ୍ର ପିଣ୍ଡୁଳା ପ୍ରମୁଖ ସେଠାରେ ପହଞ୍ଚି ମରଣାତ୍ମକ ଆକ୍ରମଣ କରିବା ସହ ଜମି ପାଖକୁ ଗଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ରାସ୍ତାରେ ଆହତ ଅବସ୍ଥାରେ ପଡ଼ିଥିବାରୁ ଗାଁ ଲୋକେ ସେମାନଙ୍କୁ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ସେମାନେ ଜାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଜାମୁଦା ହସ୍ପିଟାଲ ରୁ ୨୩/୦୪/୨୦ର ଡିସଚାର୍ଜ ହୋଇଥିଲେ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ସେମାନେ ୨୫/୦୫/୨୦ ତାରିଖ ଦିନ ରାଇରଙ୍ଗପୁରରେ ଏସଡିପିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ଏବଂ ନ୍ୟାୟ ପାଇଁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ