ଜମିବାଡି ବିବାଦକୁ ନେଇ ସଂଘର୍ଷ, ୪ଆହତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ହାଟଡିହି ଗ୍ରାମରେ ଜିମାବାଡି ବିବାଦକୁ ନେଇ ଦୁଇ ପରିବାର ଭିତରେ ସଂଘର୍ଷ ଘଟି ୪ଜଣ ଆହତ ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ହାଟଡିହି ଗ୍ରାମର ଭୁଆନି ଜେନା ଓ କୁନି ଜେନାଙ୍କ ପରିବାର ମଧ୍ୟରେ ଜମିବାଡି ବିବାଦକୁ ନେଇ ଶତ୍ରୁତା ଲାଗି ରହିଥିଲା । ଗତକାଲି ରାତିରେ ଏହି ବିବାଦ ଉଗ୍ରରୁପ ଧାରଣ କରିବାରୁ ଉଭୟ ପରିବାର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଉଭୟ ପକ୍ଷର ୪ଜଣ ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ