ଜମିହରା ଚାଷୀମାନଙ୍କ ସହ ପ୍ରଶାସନର ଦ୍ୱିପାକ୍ଷିକ ଆଲୋଚନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ପ୍ରଶାସନ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ଜାରି କରିବାପରେ ଜମି ହରାଉଥିବା ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସ୍ରୁଷ୍ଟି ହୋଇଛି । ଏହାକୁ ପ୍ରଶମିତ କରିବା ପାଇଁ ଚାଷୀ ପ୍ରତିନିଧିମାନଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ଦ୍ୱିପାକ୍ଷିକ ଆଲୋଚନା ସଭା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିିତ ହୋଇଯାଇଛି । ପ୍ରଶାସନ ଜମି ଅଧିଗ୍ରହଣ କରିବା ସମୟରେ ବିଭିନ୍ନ କିସମର ଜମିଗୁଡ଼ିକ ପାଇଁ କ୍ଷତିପୂରଣ ଓ ଥଇଥାନ ନୀତି ସାର୍ବଜନୀନ କରିବା ନିମନ୍ତେ ଦାବି କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଓ ଜମି ଅଧିଗ୍ରହଣ ଅଧିକାରୀ ଅଶୋକ କୁମାର ପଣ୍ଡା ଚାଷୀ ପ୍ରତିନିଧିମାନଙ୍କୁ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । କ୍ରୁଷକ ପ୍ରତିନିଧିମାନଙ୍କ ପକ୍ଷରୁ ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ପ୍ରଶାନ୍ତ ଚୌଧୁରୀ, ହରେକୃଷ୍ଣ ମାଝୀ, ଧୀରେନ୍ଦ୍ର ସାହୁ, ଅଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ