ଜମି ଏବଂ ଚିଟଫଣ୍ଡ ବାଦଶାହଙ୍କୁ ଉଠାଇ ନେଲା ପୋଲିସ
ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ଟାଉନ ଥାନା ପୋଲିସ ଆଜି ସକାଳେ ଏକ ନାଟକୀୟ ଢଙ୍ଗରେ ଜମି ଏବଂ ଚିଟଫଣ୍ଡ ବାଦଶାହ ପ୍ରଦୀପ ସିଂ ଙ୍କୁ ଅଯୋଧ୍ୟା ନଗର ସ୍ଥିତ ବାସ ଭବନ ନିକଟରୁ ଉଠାଇନେଇଛନ୍ତି । ପ୍ରଦୀପ ଙ୍କୁ ଏକ ଚିଟଫଣ୍ଡ ଅଭିଯୋଗରେ ଉଠାଇ ଆଣିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ପ୍ରଦୀପ ସିଂ ଙ୍କ ମାମଲା କ୍ରାଇମବ୍ରାଞ୍ଚ ନିକଟରେ ଥିଲା । ସେହି ମାମଲାର ଖୋଲତାଡ଼ ସହ ଅନ୍ୟ ମାମଲାରେ ସମ୍ପୃକ୍ତି ଅଭିଯୋଗ ହେବା ପରେ ଵ୍ରହ୍ମପୁର ପୋଲିସ ତାଙ୍କୁ ପୁଣି ଉଠାଇ ଆଣିଛି । ଏହି ମାମଲାର ତଦନ୍ତ ଦୁଇ ଜଣ ବରିଷ୍ଟ ଅଧିକାରୀ କରୁଛନ୍ତି । ଯଦି ପ୍ରଦୀପ ଙ୍କ ବିରୁଦ୍ଧରେ କୌଣସି ଠୋସ ପ୍ରମାଣ ମିଳେ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିପାରେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଦୀପ ସିଂ ଗ୍ରୀନ ଇଣ୍ଡିଆ ନାମକ ଏକ ଚିଟ ଫଣ୍ଡ ସଂସ୍ଥା କରିଥିଲେ । ପ୍ରଦୀପଙ୍କୁ ଗିରଫ ପରେ ଅନ୍ୟ ଚିଟଫଣ୍ଡ କମ୍ପାନୀର ମାଲିକ ଏବଂ ଏଜେଣ୍ଟ ମାନେ ଆତଙ୍କିତ ହୋଇ ରହିଛନ୍ତି । ସହରରେ ଏବେ ମଧ୍ୟ ଅନେକ ଚିଟଫଣ୍ଡ କମ୍ପାନୀର ମାଲିକ ମାନେ ଭଦ୍ର ମୁଖା ପିନ୍ଧି ଲୁଚି ରହିଛନ୍ତି ।