ଜମି ପଟ୍ଟା ଅଧିକାର ସମାବେଶରେ ଗର୍ଜିଲା ଚାଷୀ ମୂଲିଆ ସଂଘ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଚାଷୀ ମୂଲିଆ ସଂଘ, ଓଡିଶା ଓ ଅଖିଳ ଭାରତ କ୍ଷେତ ମଜ଼ଦୂର କିଷାନ ସଭା AIKMKS ପଦ୍ମପୁର ପଞ୍ଚାୟତ କମିଟି ପକ୍ଷରୁ ଆଜି ବୁଗୁଡା କଲୋନୀ ଠାରେ ଭୂମିହୀନ ଗରିବ ଚାଷୀମୁଲିଆଙ୍କ ଅଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତ କ୍ଷେତ ମଜ଼ଦୂର କିଷାନ ସଭାର ରାଜ୍ୟ ନେତା ଶ୍ରୀକାନ୍ତ ମହାନ୍ତି, ଜିଲ୍ଲା ଆବାହକ ନିରାକାର ନାୟକ,ଜିଲ୍ଲା କମିଟି ସଦସ୍ୟ ନିରଞ୍ଜନ ଶବର,ବ୍ଲକ କମିଟି ସଦସ୍ୟ ବାଙ୍କ ନାୟକ, ତ୍ରିନାଥ ନାୟକ, ଅଜିତ ନାୟକ, କାଳୁ ନାୟକ,ଜଗନ୍ନାଥ ନାୟକ,ନାଥ ଯାନୀ ଓ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ମଳିକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା ପ୍ରମୁଖ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାର ଙ୍କ କଳା କୃଷି ଆଇନ ପ୍ରତିବାଦ ରେ କୃଷକ ଶ୍ରେଣୀ ଏକଜୁଟ ହେବାସହ କର୍ପୋରେଟ ହାତରେ ଦେଶ ବିକ୍ରୀ ର ନିନ୍ଦା କରିଥିଲେ।ପୂର୍ବ ପୁରୁଷରୁ ସରକାରୀ ଜମିରେ ଚାଷ ଓ ବାସ କରି ଆସୁଥିବା ଘରଡ଼ିହ ହୀନ ଓ ଭୂମିହୀନ ପରିବାର କୁ ଯଥାଶିଘ୍ର ପଟ୍ଟା ଯୋଗାଣ ଭାଗଚାଷୀଙ୍କୁ ତୁରନ୍ତ ଚିହ୍ନଟ କରି ଭାଗଚାଷୀ ପ୍ରମାଣ ପତ୍ର ଦେବା ସହ ସରକାରୀ ସୁବିଧା ଯୋଗାଇଦେବା ସମସ୍ତ ଜମିକୁ ସବୁଦିନିଆ ଜଳସେଚନର ବ୍ୟବସ୍ଥା ଆଦିବାସୀ ଓ ବନ ବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଯୋଗାଣ ସମସ୍ତ ଗରିବ ପରିବାର କୁ ମାସକୁ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ଯୋଗାଣ ମନେରେଗା କାମରେ ପୁରୁଷ ଓ ମହିଳାଙ୍କୁ ଦୈନିକ ମଜୁରୀ ୬୦୦ ଟଙ୍କା ପ୍ରଦାନ ଦାଦନ ଶ୍ରମିକଙ୍କୁ ଚିହ୍ନଟ କରି ଦାଦନ ଶ୍ରମିକ ପ୍ରମାଣ ପତ୍ର ଯୋଗାଇ ଦିଆଯାଉ।ବିଧବା,ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଭତ୍ତା ୫୦୦ ଟଙ୍କା ବଦଳରେ ମାସିକ ୩୦୦୦ ଟଙ୍କା କରାଯିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ ଆବାସ ମଞ୍ଜୁର ରାସନ ଚାଉଳ ୫ କେଜି ବଦଳରେ ମାସିକ ୧୫ କେଜି ଯୋଗାଇ ଦିଆଯିବା ଦାବୀ ସହ ପଦ୍ମପୁର ପଞ୍ଚାୟତ ରେ ଚାଳିଥିବା ଦୁର୍ନୀତି ର ତଦନ୍ତ ଦାବୀ ଓ ତହସିଲ କାର୍ଯ୍ୟାଳୟରେ ଗରିବ ହିତାଧିକାରୀ ଙ୍କୁ ଉପେକ୍ଷା ର ପ୍ରତିବାଦ କରିଥିଲେ। ଅତିଶିଘ୍ର ଏସବୁ ପ୍ରତିବାଦରେ ବିଶାଳ ଜନ ଆନ୍ଦୋଳନ ଆୟୋଜି ହେବ ବୋଲି ମତପ୍ରକାଶ କରିଥିଲେ। ପଦ୍ମପୁର ପଞ୍ଚାୟତର ଅଜିତ ନାୟକ, ବାଙ୍କ ନାୟକ, କାଳୁ ନାୟକ, ତ୍ରିନାଥ ନାୟକ, ଜଗନ୍ନାଥ ନାୟକ ପ୍ରମୁଖ ସ°ଯୋଜନା କରିଥିବା ବେଳେ ଶତା ଧିକ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ