ଜମି ବିବାଦକୁ କେନ୍ଦ୍ରକରି ଘର ଭାଙ୍ଗିଲେ ବିରୋଧିଗୋଷ୍ଠି , ୭ ଅଭିଯୁକ୍ତ ଗିରଫ

ମୋହନା,(ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଅଡ଼ବା ଥାନା ଗରଡ଼ମା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଜମି ବିବାଦକୁ କେନ୍ଦ୍ର କରି ଅନ୍ୟ ସାହିର ବାସିନ୍ଦା ଅନ୍ୟ ଏକ ସାହିରେ ପଶି ୧୪ ଟି ପରିବାରର ଘର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଆଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର ଭଙ୍ଗାରେ ସଂପୃକ୍ତ ଥିବା ୭ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି । ଅଭିଯୋଗନୁଯାୟୀ, ଗରଡ଼ମା ଗାଁର ସରକାରୀ ଜମିରେ ଗାଁ କିଛି ଭୂମିହୀନ ପରିବାର ଦୀର୍ଘ ୩୦ ରୁ ୪୦ ବର୍ଷ ହେଲା ରହି ଆସୁଥିଲେ । ତେବେ ଉକ୍ତ ଜମିକୁ ଗାଁ ଅନ୍ୟ ସାହିର କିଛି ଲୋକେ ସାପ୍ତାହିକ ହାଟ ପାଇଁ ଜାଗା ଛାଡି ଦେବାକୁ ବାଧ୍ୟ କରିଆସୁଥିଲେ ।ସେହି ପରିବାର ଜାଗା ନ ଛାଡିବାରୁ ମଙ୍ଗଳବାର ସକାଳେ ଅନ୍ୟ ଏକ ସାହିର କିଛି ଲୋକ ସଂଘବଦ୍ଧ ହୋଇ ବଳ ପୂର୍ବକ ୧୪ ଟି ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେବା ସହ ମାରି ଦେବା କୁ ଧମକ ଦେଇଥିଲେ । ଘର ଭଙ୍ଗାରେ ଅଭିଯୁକ୍ତମାନେ ପୀଡିତ ପରିବାରଙ୍କ ଅସବାଵ ପତ୍ର ସହ ଟଙ୍କା ପଇସା ନେଇ ଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ୭ ଜଣକୁ ଥାନାରେ ଅଟକ ରଖୁ ପଚରା ଉଚରା ଅନ୍ୟ ପଟେ ଏଇ ଘଟଣା ରେ ଆଉ କିଛି ବେକ୍ତି ଙ୍କହାତ ଥିବି ଅଭିଯୋଗ ହଉଛି କରୁଥିବା ବେଳେ ତହସିଲଦାର ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ