ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ମାମଲା ;୧୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ରେ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ସଂଘର୍ଷ ମାମଲାରେ ଦିଗପହଣ୍ଡି ପୋଲିସ ଉଭୟ ଗୋଷ୍ଠୀ ର ୧୨ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ କୁମାର ଗୌଡ , ନିଳାଞ୍ଚଳ ଗୌଡ , ଭଗବାନ ବକ୍ସି , ସୁନିଲ ଗୌଡ , ସିମାଞ୍ଚଳ ପାତ୍ର , ସନ୍ତୋଷ ଗୌଡ , ଅନୀଲ ନାୟକ , ଅଶୋକ ନାୟକ , କୈଳାସ ନାୟକ , ଶୁଗ୍ରୀବ ନାୟକ , ଅନାଦୀ ନାୟକ , ସୋମନାଥ ନାୟକ। ଖବରନୁଯାୟୀ , ଭୀଷ୍ମଗିରି ପଞ୍ଚାୟତ ଅଧିନରେ ଥିବା ନନ୍ଦକିଶୋର ଗୋଶାଳା ଅନୁଷ୍ଠାନର ଜମିରେ ଗ୍ରାମ୍ୟ କମିଟିର ସହମତି ପ୍ରକାରେ ପାର୍କ ଓ ଗୋଷ୍ଠୀ ପାଇଖାନା ପ୍ରଭୃତି ଜନହିତକର ପ୍ରକଳ୍ପ ନିର୍ମାଣ ନିମନ୍ତେ ଗତ କିଛିଦିନ ପୂର୍ବେ ବ୍ଲକ ପ୍ରଶାସନ ପକ୍ଷରୁ ଜାଗା ନିରୂପଣ କରି ଫେରିଥିଲେ । ତେବେ ସେହି ଜମିରେ ବେଆଇନ ଭାବେ ଗତ କିଛିବର୍ଷ ହେଲା ଏକ ଘରୋଇ ଶିକ୍ଷାନୁଷ୍ଠାନ ଚାଲିଛି । ଜମିରେ ସରକାରୀ ପ୍ରକଳ୍ପ ନିର୍ମାଣକୁ ବିରୋଧକରି ଉକ୍ତଜମିକୁ ନିଜ ଅକ୍ତିଆରକୁ ନେବାପାଇଁ ଅସବର୍ଣ୍ଣ ଗୋଷ୍ଠୀର ଲୋକେ ଉଦ୍ୟମ ଚଳାଇଥିବା ବେଳେ ଜମି ନିକଟରୁ ବହୁ ଦୂରରେ ଥିବା ମାଁ ଦୁଆରଶୁଣି ମନ୍ଦିର ପାଇଁ ବଳପୂର୍ବକ ଉକ୍ତ ଜମିକୁ ଜବରଦଖଲ ପାଇଁ ବୁଧବାର ରାତିରେ ଅସବର୍ଣ୍ଣ ଗୋଷ୍ଠୀର କିଛି ବ୍ୟକ୍ତି ବାଉଁଶ ଘେରା କରିଥିବା ଖବରପାଇ ସବର୍ଣ୍ଣ ଗୋଷ୍ଠୀର ଲୋକେ ଗୁରୁବାର ମଧ୍ୟାହ୍ନରେ ଜମି ନିକଟକୁ ଯାଉଥିବା ବେଳେ ଅସବର୍ଣ୍ଣ ଗୋଷ୍ଠୀର ବହୁ ସଂଖ୍ୟକ ମହିଳା ଓ ପୁରୁଷ ବିଭିନ୍ନ ମାରଣାସ୍ତ୍ର ଧରି ସେମାନଙ୍କୁ ରାସ୍ତାରେ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ଯାହାଫଳରେ ଉଭୟ ଗୋଷ୍ଠୀ ର ୧୮ ଜଣ ମହିଳା ପୁରୁଷ ଆହତ ହୋଇଥିଲେ । ଘଟଣାପରେ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିଲା। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଗ୍ରାମରେ ଶୁକ୍ରବାର ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଥିଲା । ଘଟଣାପରେ ବ୍ରହ୍ମପୁର ଅତିରିକ୍ତ ଏସ ପି ପ୍ରଶାନ୍ତ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଅପରାହ୍ନରେ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ , ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ , ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ , ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ଦୋରା ଗ୍ରାମରେ ପହଞ୍ଚି ସ୍ଥାନୀୟ ସରପଞ୍ଚ ପିତାମ୍ବର ଗୌଡଙ୍କ ସହ ଆଲୋଚନା କରି ଫେରିଥିଲେ । ଶୁକ୍ରବାର ଦିଗପହଣ୍ଡି ପୋଲିସ ଉଭୟ ଗୋଷ୍ଠୀର ୧୨ ଜଣକୁ ଗିରଫ କରି ପୃଥକ ଥାନା ମାମଲା ନଂ ୧୭୮/୨୦ ଓ ୧୭୯/୨୦ ଅନୁସାରେ ମାମଲା ରୁଜୁ କରି ଥାନାରେ ଅଟକ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ