ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ମୋହନା, (ଅଂଶୁମାନ ପଣ୍ଡା) :-ଦିନକୁ ଦିନ ବ୍ଲକରେ ଜମିଜମା ଓ ସରକାରୀ ଯାଗାକୁ ଜବରଦଖଲ କରିବାକୁ ନେଇ ବାଦ ବିବାଦ ଉପୂଜୀ ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିବାରେ ଲାଗିଛି । ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ ଜମି ଚିହ୍ନଟ ହୋଇପାରୁନି କି ବାଦ ବିବାଦର ସମାଧାନ ହୋଇପାରୁ ନାହିଁ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉଗ୍ରରୂପ ଧାରଣ ହେବାରେ ଲାଗିଛି । ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ତଥା ନୂଆଗଡ଼ ବ୍ଲକ ଅଧିନ ତାବରଡା ଗ୍ରାମରେ ଆଜି ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ତେବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଅଶାନ୍ତି କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ପାଇ ଅତିରିକ୍ତ ତହସିଲଦାର ଶ୍ରୀ ଆସିସ କୁମାର ପ୍ରଧାନ, ପୋଲିସ ବାହିନୀ ଏବଂ ରାଜସ୍ବ ବିଭାଗ ଉଭୟେ ଘଟଣା  ସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ସ୍ଥିତିକୁ ନୀୟନ୍ତ୍ରଣ କରିଥିଲେ । ସୂଚନା ଅନୁଯାୟୀ  ଗ୍ରାମରେ ଥିବା ପାଣ ସାହିକୁ ଲାଗିରହିଥିବା ପ୍ଲଟ ନମ୍ବର ୩୪୫ ସରକାରୀ ଜମିକୁ ନେଇ ଆଦିବାସୀ ଏବଂ ଅଣ ଆଦିବାସୀ ମାନଙ୍କ ମଧ୍ୟରେ  ବିବାଦ ଲାଗିରହିଥିବା କହିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ ତାବରଡା ଗ୍ରାମ ପାଣ ସାହିର ଲୋହିତ ସିଂ ପିତା-ସ୍ଥିପାନ ସିଂ ପିତୃ ପୁରୁଷରୁ ସାହିକୁ ଲାଗି ରହିଥିବା ପ୍ଲଟ ନଂ-୩୪୫ଜଙ୍ଗଲ ଜମିରେ ଚାଷ କରି ଆସୁଥିଲେ ବୋଲି ସାହି ବାସିନ୍ଦା କହିଛନ୍ତି । ହେଲେ ସେହି ଜମିର କିଛି  ଅଙ୍ଗସ ଜାଗାରେ ଗ୍ରାମର ଆଦିବାସୀ ସାହିର ଶ୍ମଶାନ ଭାବେ ସବକୁ ପୋତୁ ଥିବାରୁ ଏହି ଜମି ଆମର ବୋଲି କହିଛନ୍ତି । ଏହି ଜମିକୁ ନେଇ ବହୁଦିନ ପୂର୍ବରୁ ବିବାଦ ଲାଗିଥିବା ବେଳେ ଗତ କିଛି ଦିନ ତଳେ ଗ୍ରାମର ଆଦିବାସୀ ମାନେ ସିପିଆଇ ଓ ଅଖିଳ ଭାରତୀୟ କୃଷକ ମହାସଭା କାର୍ଯ୍ୟକର୍ତ୍ତା ମାନଙ୍କ ସହଜୋଗରେ ଏକ ଶୋଭାଯାତ୍ରାରେ ଯାଇ ବିବାଦୀୟ ଜମିରେ ସିପିଆଇ ଝାଣ୍ଡା ଲଗାଯାଇ ଥିଲା। ବିବାଦୀୟ ଜମି ଆମର ବହୁ ପୂର୍ବରୁ ଏଠି ସବ ପୋତି ଆସୁଅଛୁ । ତେଣୁ ଆମାକୁ ଶ୍ମଶାନ ପାଇଁ ସ୍ଵୀକୃତି ପ୍ରଦାନ କରଯାଉ ବୋଲି ଗତ ମାସରେ ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି ରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ଏବଂ ସେହିପରି ଲୋହିତ ସିଂ ମଧ୍ୟ୍ୟ ଉପ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଦୁଇ ଗୋଷ୍ଠୀର ଅଭିଯୋଗ କ୍ରମେ କିଛି ଦିନ ହବ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିବାରୁ ଅତିରିକ୍ତ ତହସିଲଦାର ଶ୍ରୀ ଆସିସ କୁମାର ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ଏକ କମିଟି ଗଠନ କରି ଚଳିତ ମାସ ୮ତାରିଖରେ ସୀମା ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ କୌଣସି ଲିଖିତ ବିବରଣୀ ନମିଳିବା ପୂର୍ବରୁ ଆଦିବାସୀ ସାହିର ପୁରୁଷ ଓ ମହିଳା ମାନେ ବିବାଦୀୟ ଯାଗାକୁ ସଫା କରିବା ପାଇଁ ଯାଇଥିବା ଯୋଗୁଁ ଏଭଳି ଅପ୍ରିତୀକର ପରିସ୍ଥିତି ଉପୁଜିଥିବା ପ୍ରକାଶ ପାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ