ଜମି ବିବାଦରେ ଦୁଇ ମାମଲା ୮ ଗିରଫ
ଛତ୍ରପୁର : ବ୍ଲକ ବଡମାଧପୁର ଗ୍ରାମରେ ଜମିଜମା ବିବାଦ ପ୍ରସଙ୍ଗରେ ଛତ୍ରପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଉକ୍ତ ଦୁଇ ମାମଲାରେ ସଂପୃକ୍ତ ଥିବା ୮ ଜଣଙ୍କୁ ମଙ୍ଗବାଳ ଛତ୍ରପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । କେ.ସନ୍ତୋଷୀ ରେଡ୍ଡି ଓ ତାଙ୍କ ପରିବାରକୁ ତାଙ୍କର ସଂପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ଅନୁସାରେ ୧୯୯/୧୯ ମାମଲାରେ କେ.ଚନ୍ଦ୍ର ରେଡ୍ଡି, କେ.ଗୋବିନ୍ଦ ରେଡ୍ଡି, କେ.ସୁବାସ ରେଡ୍ଡି, କେ.ପ୍ରହ୍ଲାଦ ରେଡ୍ଡି ଓ କେ.ଦୁର୍ଯ୍ୟ ରେଡ୍ଡି ଗିରଫ ହୋଇଥିବା ବେଳେ କେ.ଗୋବିନ୍ଦ ରେଡ୍ଡିଙ୍କ ଅଭିଯୋଗ କ୍ରମେ ୨୦୦/୧୯ ମାମଲାରେ କେ.ସହଦେବ ରେଡ୍ଡି, କେ.ବିଜୟ ରେଡ୍ଡି ଓ କେ.ଶିବରାମ ରେଡ୍ଡିକୁ ଗିରଫ କରାଯାଇଛି ।


