ଜମି ବିବାଦ ଘେରରେ ୪୧ପରିବାର..

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମ ପାୟତର ୱାର୍ଡ ନଂ ୯ର ୪୧ପରିବାର ଜମି ପଟ୍ଟା ନଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ୧୯୬୦ ମସିହାରୁ ଏପର୍ଯ୍ୟନ୍ତ ୯ନଂ ୱାର୍ଡର ୪୧ପରିବାର ଦୀର୍ଘ ୬୨ ବର୍ଷ ହେଲା ଏହି ସ୍ଥାନରେ ବସବାସ କରିଛନ୍ତି । ଅନୁତାପର ବିଷୟ ଯେ ଏହିସ୍ଥାନରେ ବସ୍ତିବାସିନ୍ଦା ଭାବେ ପରିଚିତ କିନ୍ତୁ ବର୍ତ୍ତମାନ ସୁଦ୍ଧା ଏମାନଙ୍କ କୌଣସି ଗୋଟିଏ ବି ଘରର ପରିବାରର ନିଜ ନାମରେ ଜମିପଟ୍ଟା ନଥିବା ଜଣାପଡିଛି । ଯାହାଫଳରେ ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚତ ହେଉଛନ୍ତି । ଏହି ବସ୍ତିରେ ଅନେକ ପାଠପଢା ଛାତ୍ରଛାତ୍ରୀ,ବିକଳାଙ୍ଗ ଯୁବକ,କେତେକ ଘର ଭଙ୍ଗାରୁଜା କୁଡ଼ିଆ ଓ ଇନ୍ଦିରା ଆବାସ ଯୋଜନାରୁ ବଞ୍ଜିତ ଥିବା ଜଣାପଡ଼ିଛି । ସେହିପରି ସରକାରଙ୍କ ନୀୟମ ଅନୁସାରେ ପିଲାଙ୍କ ପାଠପଢିବା ପାଇଁ ବାସିନ୍ଦା ପ୍ରମାଣ ପତ୍ର,ଜାତିଗତ ପ୍ରମାଣ ପତ୍ର ଆବଶ୍ୟକ ପଡ଼ୁଛି ତ ଆଉ କେଉଁଠି ବିଜୁ ପକାଘର ନିମନ୍ତେ ଘରବାରି ପଟ୍ଟା ଆବଶ୍ୟକ ପଡ଼େ ଓ ସରକାରୀଙ୍କ ବିଭିନ୍ନ ଯୋଜନାର ଅନ୍ତର୍ଗତ ଋଣ ଆବେଦନ ପାଇଁ ଘରପଟ୍ଟା ନଥିବା ଯୋଗୁଁ ଅନେକ ସମୟରେ ଏହି ପରିବାର ଲୋକେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ନାନା ପ୍ରକାର ଅସୁବିଧାର ଶିକାର ହେବାକୁ ପଡୁଛି। ଆରଆଇଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ଵାରାସ୍ତ ପରେ ବି କେହି ଏମାନଙ୍କ ଧୁଖ ବୁଝିନଥିଲେ । ଏନେଇ ୦୯ ସେପ୍ଟେମ୍ବର ୨୦୨୧ରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି ବୋଲି ତହସିଲଦାର ଭାସ୍କର ଚନ୍ଦ୍ର ସାହୁ କହିଛନ୍ତି। ଫଳରେ ଚଳିତ ନିର୍ବାଚନରେ ଏହି ୪୧ ବରିବାର ୧୦୦ରୁ ଉର୍ଦ୍ଧ ଭୋଟର ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ