ଜମି ହଡପ ମାମଲା, ଭିଜିଲାନ୍ସ ରେ ଅଭିଯୋଗ କାଲେ ଆଦିବାସୀ

ସୋରଡ଼ା,(ରଜନୀ କାନ୍ତ ମହାପାତ୍ର): ଗଞ୍ଜାମ ଜିଲ୍ଲା ରେ ବିଜୁ ଜନତା ଦଳ ର ହେବି ୱେଇଟ ନେତା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଗିରଫ ପରେ ଗୋଟିଏ ପରେ ଗୋଟିଏ ଘଟନା ଜିଲ୍ଲା ରାଜନୀତି ସମେତ ରାଜ୍ୟ ରାଜନୀତି କୁ ସରଗରମ କରୁଛି। କେତେବେଳେ ଗୋଟିଏ ଗୋଟିଏ ପରେ ଭିତରି କଥା ବିଜୁ ଜନତା ଦଳ କୁ ପଦାରେ ପକାଉଥିବା ବେଳେ ଗୋଟିଏ ପରେ ଗୋଟିଏ ନେତା ଏବେ ବିବାଦ କୁ ଆସୁଛନ୍ତି। ପ୍ରଦୀପ ପାଣିଗ୍ରାହୀ ଙ୍କ ସହ ସମ୍ପର୍କ ଅଭିଯୋଗ ରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ କୁ ତଦନ୍ତ ପରିସର କୁ ଆଣିବା ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି ସମେତ କଂଗ୍ରେସ ର ସୋରଡା ବିଧାୟକ ପ୍ରାର୍ଥୀ ସଂଗ୍ରାମ ମହାନ୍ତି ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ର କଂଗ୍ରେସ ବିଧାୟକ ରମେଶ ଜେନା ଏକ ପ୍ରେସ ବିବ୍ରୁତି ମାଧ୍ୟମ ରେ ଅଭିଯୋଗ କରିଛନ୍ତି। ପ୍ରଦୀପ ଙ୍କ କଳାକାରନାମା ରେ ଗଞ୍ଜାମ ଜିଲ୍ଲା ରେ ଜଣକ ପରେ ଜେନ ଏବେ ଛନ୍ଦି ହେବାରେ ଲାଗିଛନ୍ତି। ପ୍ରଦୀପ ଙ୍କ କଳା ସାମ୍ରାଜ୍ୟ କୁଆଡେ ସୋରଡା ରେ ବ୍ୟାପକ ଭାବେ ବାଢୁଛି ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି। ଏବେ ସୋରଡା ଅଞ୍ଚଳ ର ସାଧାରଣ ଜନତା ଅଭିଯୋଗ ଦାଖଲ କରିବାରେ ଆରମ୍ଭ କଲେଣି। ସୋରଡା ରେ ଆଦିବାସୀ ଓ ସରକାରୀ ଜାଗା କୁ ହଡପ କରାଯାଇ ନିରୀହ ଜନତା କୁ ଧମକ ଚମକ ଦେଇ ବ୍ୟାପକ ଜମି ହାତେଇ ଥିବା ଅଭିଯୋଗ ଏବେ ହେଲାଣି। ସୋରଡା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ପୁରୁଷ ଓ ମହିଳା ମାନେ ଆଜି ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଅଧିକ୍ଷକ ଙ୍କ କାର୍ଜ୍ୟାଳୟ କୁ ସୋରଡା ବିଧାୟକ ଙ୍କ ବିରୋଧ ରେ ଜମି ହଡପ କରିଥିବା ଅଭିଯୋଗ କରିଛନ୍ତି ଏବଂ ଏହାର ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି। ସୋରଡା ତହସିଲ ଅନ୍ତର୍ଗତ ପାଲାକାଟୁ ପଞ୍ଚାୟତ ର ବାଦୁଆପଲି ଠାରେ ସୋରଡା ବିଧାୟକ ବ୍ୟାପକ ଜମି ନିଜ ସପମ୍ପର୍କୀୟ ଙ୍କ ନାମ ରେ ରଖିଥିବା ବେଳେ ସେଠାରେ ପୋଖରୀ ଖୋଲି ମାଛ ଚାଷ କରୁଥିବେ ପୁଣି ଆଉ ଏକ ବଡ ପୋଖରୀ ଖୋଲୁଛନ୍ତି। ୫୦ ଏକର ରୁ ଉର୍ଦ୍ଧ ଜାଗାରେ ଏକ ସିମେଣ୍ଟ ଇଟା ଫେକ୍ତ୍ରୀ କରିଛନ୍ତି ସେଠାରେ ପୂର୍ବ ରୁ ଥିବା ସରକାରୀ ଜାଗାରେ ଆଦିବାସୀ ମାନଙ୍କୁ ପ୍ରଶାସନ ଓ ପୋଲିସ ମାଧ୍ୟମରେ ଧମକାଇ ହତାଇଛନ୍ତି। ଏହିପରିକି ସରକାରୀ ଅର୍ଥରେ ନିଜସ୍ଵ ଲାଭାପାଇଁ ତାଙ୍କ ଖରଚ କରାଯାଇଥିବା ଏବେ ଅଭିଯୋଗ ହେଇଛି। ସୋରଡା ତହସିଲ ଅନ୍ତର୍ଗତ ଲବଣୀସ୍ଵର ଠାରେ ୧୧୧ ଏକର ରୁ ଅଧିକ ଜମି ପାଇଁ ବ୍ୟାପକ ଆର୍ଥିକ କାରବାର ଗୋପାଳପୁର ବିଧାୟକ ଙ୍କ ସହ କରାଯିବ ଏବେ ଅଭିଯୋଗ ହେଇଛି। ଆଦିବାସୀ ଲୋକଙ୍କ କହିବା ହେଲା ୧୦୦ ରୁ ଉର୍ଦ୍ଧ ଆଦିବାସୀ ସେଠାରେ ଚାଷବାସ କରି ଜୀବିକା ନିର୍ବାହ କରୁଥିବା ବେଳେ ଏବେ ସେହି ଜମି ତାଙ୍କ ଠାରୁ ନେଇଯାଇଥିବା ଅଭିଯୋଗ ହେଲାଣି। ସୋରଡା ସହର ଅନେକ ସରକାରୀ ଜାଗା କୁ ଜବରଦଖଲ କରି ରଖିବା ସହ ବ୍ୟବସାୟ ଆରମ୍ଭ କରାଯାଇଥିବା ମଧ୍ୟ ଅଭିଯୋଗ ହେଇଛି। ଗୋପାଳପୁର ବିଧ୍ୟକ ଙ୍କ ପରେ ସୋରଡା ବିଧାୟକ ତାଙ୍କ ର ଜଣେ ସହଯୋଗୀ ଓ ସମର୍ଥକ ହେଇଥିବା ବେଳେ ବିଧାୟକ ଙ୍କ ଭୂମିକା କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟିହେଇଛି। ଏହା ସ୍ଵାଭାବିକ କଥା। କିନ୍ତୁ ରାଜ୍ୟରଜନୀତି ରେ ଗୋପାଳପୁର ବିଧାୟକ ଙ୍କ କଳା ସାମ୍ରାଜ୍ୟ ଓ ଟାଟା କମ୍ପାନୀ ରେ ଠକେଇ ମାମଲା ପଦରେ ପଡିଥିବା ବେଳେ ଏବେ ସମର୍ଥକ ଓ ସହଯୋଗୀ ମାନକ ଉପରେ ତଦନ୍ତ କରି ସଂସ୍ଥା ର ନଜର ରହିଛି। ଏହିପରି ସ୍ଥିତି ରେ ଅନେକ ଅଭିଯୋଗ ଆସିବା ସ୍ଵାଭାବିକ କଥା ଏବଂ ଏହା ପଛରେ ଯେ କୌଣସି ରାଜନୈତିକ ଉଦ୍ୟେଶ ନରହିଛି ତାହା କହିବା କଷ୍ଟ। କିନ୍ତୁ ଏହି ସବୁ ଘଟଣା ରୁ ଉର୍ଦ୍ଧରେ ରହିଛି ସ୍ଵଛତା। ସୋରଡା ବିଧାୟକ ଙ୍କୁ ନେଇ ବର୍ତମାନ ସାରା ରାଜ୍ୟ ରେ ଚର୍ଚା ଜୋର ରହିଥିବା ବେଳେ ନିଜକୁ ପ୍ରମାଣିତ କରିବାକୁ ଯାଇ ମିଡିଆ ଆଗରେ କହିବା ଅପେକ୍ଷା ନୀରବ ରହିବା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଙ୍କୁ ବିବାଦ କୁ ଟାଣି ଏବଂ ମିଡିଆ ରେ ଆଲୋଚନା ପାଇଁ ସୁରାକ ଯୋଗାଇଛି। ଏହା ଆମର ଏକ ଅନୁମାନ କିନ୍ତୁ କିଛି ରାଜନୈତିକ ବିଶେଷଙ୍ଗ୍ୟ ଙ୍କ କହିବ ହେଲା ପ୍ରଦୀପ ଙ୍କ ସହ ସମ୍ପର୍କରେ ଥିବା ବିଧାୟକ ମାନେ ନୀରବ ରହିବା ଅପେକ୍ଷା ନିଜ ନିଜ ମତ ରଖିଲେ ଏହି ଦୁର୍ନୀତି ର ସାମ୍ରାଜ୍ୟ ଅଧିକ ଜଣାପଡିବା ସହ ତଦନ୍ତକରି ସଂସ୍ଥା କୁ ଅଧିକ ସହାୟ ହେବ। ଏ ସବୁ ଉର୍ଦ୍ଧ ରେ ରହିଛି ବିଜୁ ଜନତା ଦଳ ର ଶୃଙ୍ଖଳା। ଯେଉଁ ପର‌୍ୟ୍ୟନ୍ତ ଦଳ ସୁପ୍ରିମୋ କିଛି ସନ୍ଦେଶ ଦେଇନାହାନ୍ତି ସେହି ପର‌୍ୟ୍ୟନ୍ତ ନୀରବ ରହିବା ମଧ୍ୟ ଏକ ପ୍ରକାର ଶ୍ରେୟସ୍କର। ବର୍ତମାନ ଏହି ଆଦିବାସୀ ଅଧ୍ୟୁଷିତ ଲୋକଙ୍କ ଅଭିଯୋଗ ପରେ ତଦନ୍ତ କେଉଁ ଦିଗକୁ ଯାଉଛି ଏବଂ କେଉଁ ନୂତନ ତଥ୍ୟ ପଦାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ