ଜମି ହଡ଼ପ ପାଇଁ ୧୫ ପରିବାରକୁ ବାସନ୍ଦ କରାଗଲା

ନବରଙ୍ଗପୁର,(ୱାଇଏନଏସ) : ଜମି ହଡ଼ପ କରିଛନ୍ତି ସାମିଜକ ବାସନ୍ଦ ହେଲେ ୧୫ ପରିବାର, ଗୋଟିଏ ବଂଶଧରର ଜଣେ କି ଦୁଇଜଣ ନୁହେଁ ୧୫ ପରିବାରର ୭୫ ଜଣଙ୍କୁ ନିଆଁ ପାଣିରୁ ସାମାଜିକ ବାସନ୍ଦ କରାଯାଇଛି, ଗାଁର କୌଣସି ବ୍ୟକ୍ତି ସେମାନଙ୍କ ସହ କଥା ହେଲେ ୫ଶହ ଟଙ୍କା ଜୋରିମାନା ଦେବାକୁ ଫତଓ୍ୱା ଜାରୀ କରାଯାଇଛି,ଏହି ସାମାଜିକ ବାସନ୍ଦରୁ କେବଳ ମଣିଷ ପୀଡିତ ତାହା ନୁହେଁ, ଗୋ-ସଂପଦ ମଧ୍ୟ ବାଦ ପଡିନାହାଁନ୍ତି, ସେମାନଙ୍କର ଗାଈଗୋରୁ ଦୁଇ ଦିନ ହେଲେ ଖାଲି ପେଟରେ ରହିଛନ୍ତି, ଗାଈଗୋରୁଙ୍କୁ ଚରାଇବା ପାଇଁ ଦିଆଯାଉନି, ପିଇବା ପାଣି ନଳକୂପରୁ ଲୁଚି ଲୁଚି ଆଣିବାକୁ ପଡୁଛି, ଏଭଳି ଅଭିଯୋଗ କରି କୋଡିଙ୍ଗା ଥାନା ବାଙ୍କୁଲି ଗାଁର ଗୋଟିଏ ବଂଶଧରର ୧୦ଜଣ ଯୁବକ ବରିଷ୍ଠ କଂଗ୍ରେସ ନେତା ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଗୁରୁବାର ସନ୍ଧ୍ୟାରେ ନବରଙ୍ଗପୁର ଏସ୍‌ପି ମାଡକାର ସନ୍ଦୀପ ସମ୍ପତଙ୍କ ନିକଟରେ ନ୍ୟାୟ ପାଇଁ ଦ୍ବାରସ୍ଥ ହୋଇଛନ୍ତି, ପୁରା ଅଭିଯୋଗ ଶୁଣିବା ପରେ ଏସ୍‌ପି ଶ୍ରୀ ସମ୍ପତ ଯୁଗ କୁଆଡେ ଚାଲିଯାଇଥିବା ବେଳେ ଏବେ ବି ଗାଁ ଗଣ୍ଡାରେ ସାମାଜିକ ବାସନ୍ଦ ଦୁର୍ଭାଗ୍ୟଜନକ ଘଟଣା, ଏହି ଘଟଣକୁ ଗୁରୁତର ସହିତ ନେଇଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ପୀଡିତ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି, ସେମାନେ ହେଲେ,ଭଗବନା ଭତ୍ରା, ରଘୁନାଥ ଭତ୍ରା, ପଦଲାମ ଭତ୍ରା, ସଦାଭତ୍ରା, ଲମ୍ବଦର ଭତ୍ରା, କୁମର ଭତ୍ରା, ଦେବେନ୍ଦ୍ର ଭତ୍ରା, ଡମୁଭତା, ପିତାମ୍ବାର ଭତ୍ର ଓ ବଲଭତ୍ରା ପ୍ରମୁଖ ଅଭିଯୋଗ କରିଛନ୍ତି, ଯେ ସେମାନଙ୍କର ଜେଳେ ବାପା ୪ ଭାଇ, ବୁଟିଭତ୍ରା, ସମ୍ଭାରଭତ୍ରା, ମାରୁଭଦ୍ରା ଓ ଲକ୍ଷ୍ମୀଧର ଭତ୍ରା, ଏହି ୪ ଜଣ ଜେଜେବାପା ଆଉପାରିରେ ଥିବା ବେଳେ ସେଥିମଧ୍ୟରୁ ଦୁଇଜଣ ଜେଜେବାପା ବୁଟିଭଦ୍ରା ଓ ସମ୍ଭାରୁ ଭତାଙ୍କର କୌଣସି ଉତ୍ତରାଧିକାରୀ ନାହିଁଛି, ମାରୁଭତ୍ରା ଓ ଲକ୍ଷନ୍ମଧର ଭତ୍ରାର ୬ ପୁଅଙ୍କର ୭୫ଜଣ ସମ୍ମାନ ରହିଛନ୍ତି, ସେମାନଙ୍କର ୨୦ଏକର ଚାଷ ଜମି ରହିଛି, ଏମାନଙ୍କର ଚାଷ ଜମି ଗୁଡିକ କୁ ହଡପ କରିବାକୁ ଚକ୍ରାନ୍ତ କରି କୋଗଗାଁର ନିଳାମ୍ବାର ଭତ୍ରା ନିଜ ନାମକୁ ଚଞ୍ଚଚକତା କରି ମୃତକ ସମ୍ଭାରୁ ଭତ୍ରା ତ’ ଆଉ କେତେ ବେଳେ ବୁଟି ଭତରା ବୋଲି ନିଜକୁ ଦର୍ଶାଇ ଜମି ହଡପ ପାଇଁ ଚକ୍ରାନ୍ତ କରି ଆସୁଥିଲା, ଏଭଳିକି ଶେଷକୁ ଜମିଜମା ମାମଲା ଅଦାଲତରେ ବିଚାରଧୀନ ରହିଛି, ଏହା ଭିତିରେ ନିଳମ୍ବର ଭତ୍ରା ଅର୍ପ ସମ୍ଭାରୁ ଭତ୍ରା ଦୀର୍ଘ ୧୦ ବର୍ଷ ଧରି ବାଙ୍କୁଲି ଗାଁର ବାସିନ୍ଦା ହୋଇ ଗାଁ ଲୋକଙ୍କୁ ପ୍ରଭାବିତ କରି ଗାଁ ଲୋକଙ୍କୁ ନିଜ ଆଡକୁ ଟାଣି ନେଇଛି, ଗାଁ ଲୋକଙ୍କୁ ଭୟଭତି କରିବା ସହିତ ଗାଁରେ ଦୁଇ ଦିନ ତଳେ ବୈଠକ ଡକାଇ ୧୫ପରିବାର ୭୫ଜଣଙ୍କ ଗାଁରୁ ବସନ୍ଦ କରାଇଥିଲା, ଆଉ ସେମାନଙ୍କ ଚାଷ ଜମିରେ ବିହନ ବୁଣି ୨୦ଏକର ଚାଷ ଜମିକୁ ନିଜ କବ୍‌ଜାକୁ ନେଇଯାଇଛି ବୋଲି ବାସନ୍ଦ ପରିବାର ଅଭିଯୋଗ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ