ଜମ୍ଭରାରେ ଆଶପେୟାର ପକ୍ଷରୁ ଶିଶୁ ଉତ୍ସବ

ହାଟଡିହି, : ହାଟଡିହି ବ୍ଲକର ଶିବପ୍ରସାଦ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଜମ୍ଭରା ଠାରେ ଆଶପେୟାର ପକ୍ଷରୁ ଶିଶୁ ଉତ୍ସବ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଇନ୍ଦ୍ରମଣି ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି ଅଜୟ କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଶିକ୍ଷକ ରାଧାକାନ୍ତ ଖୁଣ୍ଟିଆ, ସୁକାନ୍ତି ପୁହାଣ, ମୋନାଲିସା ଜେନା, ସଭ୍ୟ ସୁନିତୀ ମଦୁଲି ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାକୁ ଅନ୍ୱେଷଣ କରିବାରେ ଏହା ସହାୟକ ହେବବୋଲି କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରଙ୍ଗୋଲୀ, ରଶିଟଣା, ମିୟୁଜିକ ଚେୟାର, ହାଣ୍ଡିପିଟା, କାଦୁଅ ଶିଳ୍ପ, ନାଚଗୀତ, ଭାଷଣ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତ୍ତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ମୋହନ ପଣ୍ଡା, ଚିନ୍ମୟୀ ମୁଦୁଲି, ଅଶୋକ ବାରିକ, ପ୍ରୀୟମ୍ବଦା ମହାନ୍ତି, ଭାରତୀ ହାତୀ, କୁନିଲତା ଜେନା, ଭଗବାନ ତରେଇ, ଅଭିମନ୍ୟୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ