ଜମ୍ଭରାରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁଚିକିତ୍ସା ଶିବିର

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଜମ୍ଭରା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ସୁବିଜ୍ଞ ଡାକ୍ତର ମାନଙ୍କୁ ନେଇ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି ଏହାକୁ ଉଦଘାଟନ କରିବା ସହିତ ସମସ୍ତେ କୋଭିଡ କଟକଣା ମଧ୍ୟରେ ସାମାଜିକ ଦୁରତା ରକ୍ଷାକରି ଏହି ଶିବିରରେ ନିଜ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ଆଖପାଖ ଗ୍ରାମର ୨୦୦ରୁ ଉଦ୍ଧ ରୋଗୀ ଏହି ଶିବିରରେ ଯୋଗଦେଇ ସେମାନଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ ୫୦ଜଣ ରୋଗୀଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ସେମାନଙ୍କ ଅସ୍ତ୍ରୋପଚାର ପାଇଁ କଟକସ୍ଥିତ ରୋଟାରୀ ହସପିଟାଲକୁ ପଠାଯାଇଥିଲା ଓ କିଛି ରୋଗୀଙ୍କୁ ମାଗଣାରେ ଔଷଧ ଓ ଚଷମା ପ୍ରଦାନ କରାଯାଇଥିଲା । ଅଶୋକ କୁମାର ପଣ୍ଡା, ଚିତ୍ତରଞ୍ଜନ ମଲ୍ଲିକ, ଅରୁପ ରାଉତ, ସୁଶାନ୍ତ କୁମାର ଜେନା, ମହେଶ୍ୱର ରାଉତ, ସାଗରୀକା ମହାନ୍ତି, ସୌରୀ ରଞ୍ଜନ ମହାନ୍ତି, ରାଜେଶ କୁମାର ମହାନ୍ତି, ସ୍ମୃତି ରଞ୍ଜନ ରାଉତ, ପବିତ୍ର କୁମାର ରାଉତ, ଜ୍ଞାନ ରଞ୍ଜନ ରାଉତ, ସମ୍ବିତ ଜେନା, ମୁକେଶ ନାୟକ, ନଳିନୀକାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ