ଜମ୍ଭରା,ଶାଳବଣୀ ଠାରେ ରାଧାଗୋବିନ୍ଦ ମନ୍ଦିରର ୬ଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜମ୍ଭରା, ଶାଳବଣୀ ଠାରେ ଥିବା ରାଧାଗୋବିନ୍ଦ ମନ୍ଦିରର ୬ଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୩ଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଶୁକ୍ରବାର ଦିନ ନାମକରଣ, ଦିକ୍ଷା ଗ୍ରହଣ ଅଙ୍କୁରା ରୋପଣ କରାଯିବା ପରେ ଶନିବାର ଦିନ ମନ୍ଦିରର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି, ସାଗରୀକା ମହାନ୍ତଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଘଟ୍ଟୋତ୍ତଳନ କରି ଜଳଯାତ୍ରାରେ ସାମିଲ ହୋଇଥିଲେ । ସୁବିଜ୍ଞ ବ୍ରହ୍ମଣ ମାନଙ୍କ ଦ୍ୱାରା ପୂଜାକାର୍ଯ୍ୟ ଓ ଯଜ୍ଞକାର୍ଯ୍ୟ ସମାପନ ହୋଇଥିଲା । ରବିବାର ଅପରାହ୍ନରେ ଯଜ୍ଞର ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ତିନିଦିନ ଧରି ବାଦୀପାଲା ଅନୁଷ୍ଠିତ ହୋଇଥିଲା । ସାଂପ୍ରତିକ ପରିସ୍ଥିତିରେ ଓଡିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର, ପରିବେଷରେ ସୁସ୍ଥ ବାତାବରଣ, ଅସ୍ତମିତ ପାଳାକଳାର ବିକାଶ ଓ ଗ୍ରାମାଞ୍ଚଳରେ ଏହାର ଆଦରଣୀୟତା ଇତ୍ୟାଦି ଉପରେ ଓଡିଶାର ସୁନାମଧନ୍ୟ ଗାୟକ ଜ୍ଞାନ ବାରିଧି ଭାସ୍କର ଚନ୍ଦ୍ର ସାହୁ ଓ ଗାୟକ ଦତ୍ତ କୃଷ୍ଣ ପଣ୍ଡା ପାଲା ପରିବେଷଣ କରିଥିଲେ । ରାଧାଗୋବିନ୍ଦ ଫାଉଣ୍ଡେସନର ସଭାପତି ପଞ୍ଚାନନ ମହାନ୍ତିଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ